ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ କିଶୋରଚନ୍ଦ୍ର ପଲ୍ଲୀ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି l ବୋହୁର କାଠ ଫଳିଆ ମାଡ଼ରେ ୫୫ ବର୍ଷୀୟ ଶଶୁର ସିମାଞ୍ଚଳ ନାୟକ ଙ୍କ ମୃତ ହୋଇଛିl ପାରିବାରିକ କଲହରୁ ଏହି ହତ୍ୟାକାଣ୍ଡ ହୋଇଥିବା ଅଲୋଚନା ହେଉଛି l ଆସିକା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି l ହତ୍ୟାକାରୀ ବୋହୁକୁ ଅଟକ ରଖିଛି ପୋଲିସ lକାଠ ଫଳିଆ ଜବତ କରାଯାଇ ତଦନ୍ତ ଚାଲିଛି।ଶିକ୍ଷା ନିବେଶ ଅଧିକାରୀ ଆଇ ପି ଏସ ଅଫିସର ନଚିକେତ ସେଲକେ,ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ଉମା ଶଙ୍କର ସିଂ ସଦଳ ବଳେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛନ୍ତି।ମୃତ ସୀମାଞ୍ଚଳ ଙ୍କ ଦୁଇ ପୁଅ ଓ ଗୋଟିଏ ଝିଅ ସେଥିରୁ ବଡ଼ପୁଅ ବିବାହିତ ଓ ସେ ସୁରତ ରେ କାମ କରନ୍ତି।ସାନପୁଅ ଓ ଝିଅ ବାହାର ରାଜ୍ୟରେ ଖଟୁଛନ୍ତି।ଏଭଳି ପରିସ୍ଥିତିରେ ବଡ ପୁଅର ସ୍ତ୍ରୀ ସୁଲତା ଓ ଶଶୁର ସୀମାଞ୍ଚଳ ମିଶି ଘରେ ରହୁଥିଲେ।ଶଶୁର ଓ ବୋହୁ ମଧ୍ୟରେ ପ୍ରତିଦିନ ଟିକିଏ ଟିକିଏ କଥାରେ ଝଗଡ଼ା ହେଉଥିଲା।ସମ୍ଭବତଃ ଏହି କାରଣରୁ ଏହି ଘଟଣା ଘଟିଥିବା କୁହାଯାଉଛି।

