ପିଲାଙ୍କ ପାଇଁ ଦିନଟିଏ ସକାଶେ ସଚେତନତା ରାଲି

ପିଲାଙ୍କ ପାଇଁ ଦିନଟିଏ ସକାଶେ ସଚେତନତା ରାଲି

0 0
Read Time:2 Minute, 5 Second

ଆସିକା ବ୍ଲକ ଲେବେଲ ମୋ ଗେଲ୍ହା ଝିଅ,ନିର୍ଭୟା କଢି ଓ ବେଟି ବଚାଓ ଏବଂ ବେଟି ବଢାଓ ପାଇଁ ଆସିକାରେ ଅନୁଷ୍ଠିତ ହୋଇଯାଇଛି “ପିଲା ପାଇଁ ଦିନଟିଏ” ବ୍ଲକ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ।ଏଥିରେ ଆସିକା ସାଂସଦ ପ୍ରମିଳା ବିଷୋୟୀ, ବିଧାୟିକା ମଞ୍ଜୁଳା ସ୍ୱାଇଁ,ବ୍ଲକ ଅଧ୍ୟକ୍ଷ ତ୍ରିବେଣୀ ନାହାକ ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ।ଅନ୍ୟତମ ଅତିଥି ଭାବେ ତହସିଲଦାର ସଞ୍ଜୟ ସାମନ୍ତରାୟ, ବିଡ଼ିଓ ରୋଶନ ଶତପଥୀ, ସିଡିପିଓ ଭାରତୀ ମହାପାତ୍ର ପ୍ରମୁଖ ଉପସ୍ଥିତିରେ ଏକ ସଚେତନ ରାଲି ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ଠାରୁ ବାହାରି ବ୍ଲକ ପର୍ଯ୍ୟନ୍ତ ଯାଇଥିଲା।ବାଲ୍ୟ ବିବାହ ବନ୍ଦ,ଶିଶୁ ଶ୍ରମିକ ଉଛେଦ,ଶିଶୁ ଚାଲାଣ ରୋକଯିବା ସାଙ୍ଗକୁ ଅଧାରୁ ପାଠ ଛାଡ଼ିଦେବା ପିଲାଙ୍କୁ ପୁନର୍ବାର ସ୍କୁଲ ଯିବା ପ୍ରବେଶ ପାଇଁ ପ୍ରୟାସ ସକାଶେ ଏହି ସଚେତନତା ରାଳିର ଉଦେଶ୍ୟ ଥିଲା।ଏହି ରାଲିରେ ଆସିକା ସରକାରୀ ବାଳିକା ବିଦ୍ୟାଳୟର ୭୦ରୁ ଉର୍ଦ୍ଧ ବାଳିକା ଛାତ୍ରୀ ଓ ଶିକ୍ଷୟତ୍ରୀ ମାନେ ରାଲି ରେ ଅଂଶ ଗ୍ରହଣ କରିଥିଲେ।ଆସିକା ବିଡ଼ିଓ ରୋଶନ ଶତପଥୀଙ୍କ ସଂଯୋଜନାରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ବେଳେ ବ୍ଲକ ସ୍ତରୀୟ ଟାସ୍କ ଫୋର୍ସ ବୈଠକ ବ୍ଲକ ଅଧକ୍ଷ। ତ୍ରିବେଣୀ ନାହାକଙ୍କ ସଭାପତିତ୍ୱରେ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ତହସିଲଦାର, ବିଡ଼ିଓ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀ,ଅଙ୍ଗନବାଡି କର୍ମଚାରୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସମେତ ସମସ୍ତ ସମିଟିସଭ୍ୟ,ସରପଞ୍ଚ ଓ ନିର୍ବାଚିତ ପ୍ରତିନିଧିମାନେ ଯୋଗଦେଇଥିଲେ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ନ୍ୟୁଜ୍ ଶିକ୍ଷା ସ୍ପେଶାଲ୍ ରିପୋର୍ଟ