ସଇଁତଳ ଥାନା ଅନ୍ତର୍ଗତ ସ୍ଥାନୀୟ ଡଙ୍ଗରମୁଡ଼ା ଗାଁର ପ୍ରୋଜେଟ ନିକଟ ଛୋଟ ଡୁଙ୍ଗୁରି ଠାରେ ଦୁଇ ପ୍ରେମୀ ଯୁଗଳଏକ ବର ଗଛରେ ଦଉଡି ଲଗାଇ ଆତ୍ମ ହତ୍ୟା କରିଥିବା ଦେଖିବାକୁ ମିଳିଛି।ସୂଚନା ମୁତାବକ ଡଙ୍ଗର ମୁଡ଼ା ଗ୍ରାମର ରାଧେଶ୍ୟାମ ଭୋଇଙ୍କ ପୁଅ ଚନ୍ଦ୍ର ଭୋଇ ଓ ତୁଷାର ନିକଟସ୍ଥ ନୂଆପଡାର ଯାଜ୍ଞାସିନୀ କୁଅଁର ଗତ ରାତିରେ ଡୁଙ୍ଗିରି ନିକଟକୁ ଆସି ଏକ ବର ଗଛରେ ଓଢଣୀ ଲଗେଇ ଆତ୍ମହତ୍ୟା କରିଥିଲେ, ସକାଳେ ଗାଁର କିଛି ଲୋକ ଜଙ୍ଗଲକୁ ଯିବା ବେଳେ ବର ଗଛରେ ଯୁବକ ଓ ଯୁବତୀ ଆତ୍ମହତ୍ୟା କରିଥିବେ ଦେଖି ଗାଁ ଲୋକଙ୍କୁ ସୂଚନା ଦେଇଥିଲେ ଫଳରେ ଯୁବକ ଜଣକର ବାପା ଘଟଣା ସ୍ଥଳକୁ ଆସି ଶବ କୁ ନେଇ ସତ୍କାର କରିବା ପାଇଁ ପ୍ରୟାସ କରିଥିଲେ।ହେଲେ ସଇଁତଳ ପୋଲିସ ଖବର ପାଇ ଘଟଣା ସ୍ଥଳକୁ ଆସିଥିଲେ ଫଳରେ ପରିବାର ଲୋକେ ଶବକୁ ଛାଡି ଦୌଡ଼ି ପଳେଇ ଯାଇଥିଲେ ପୋଲିସ ଶବ କୁ ଜବତ କରି ଏକ ଅପମୃତୁ ମାମଲା ରୁଜୁ କରିବା ସହ ଘଟଣା ସମ୍ପର୍କରେ ଅଧିକ ତଦନ୍ତ କରୁଛି।

