Read Time:1 Minute, 0 Second
ଗଂଜାମ ଜିଲ୍ଲା ହିଂଜିଳି ଥାନା ଅନ୍ତର୍ଗତ ଶାସନ ଆମ୍ବ ଗାଁ ରେ ଅଘଟଣ। ପୋଖରୀ କୁ ଗାଧେଇ ଯାଇ ଜଣେ ଟ୍ରାକ୍ଟର ଡ୍ରାଇଭରଙ୍କ ମୃତ୍ୟୁ। ମୃତ ଟ୍ରାକ୍ଟର ଡ୍ରାଇଭର ଜଣକ ହେଲେ ଭୋଳା ସ୍ଵାଇଁ(35)। ସେ ଗତକାଲି ସନ୍ଧ୍ୟାରେ ଗାଁ ପୋଖରୀକୁ ଗାଧେଇ ଯାଇ ଆଉ ଫେରି ନଥିଲେ।ତେଣୁ ଘରଲୋକ ସହ ଗାଁ ଲୋକ ପ୍ରଥମେ ବହୁ ଖୋଜା ଖୋଜି କରି ପାଇଁ ନଥିଲେ । ପରେ ଅଗ୍ନିଶମ ବାହିନୀକୁ ଖବର ଦିଆ ଯାଇଥିଲା । ଅଗ୍ନିଶମ ବାହିନୀ ମଧ୍ୟ ଗତ କାଲି ପୋଖରୀ ରେ ଖୋଜି ଭୋଳାଙ୍କୁ ପାଇଁ ନଥିଲେ । ହେଲେ ଆଜି ଭୋଳା ଙ୍କ ମୃତ ଦେହ ପୋଖରୀରେ ଭାସୁଥିବାର ଲୋକେ ଦେଖି ଥିଲେ। ପରେ ଅଗ୍ନିଶମ ବାହିନୀକୁ ଖବର ଦେବା ପରେ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଭୋଳଙ୍କ ମୃତ୍ୟୁ ଶରୀରକୁ ଉଦ୍ଧାର କରିଛି।

