-ବିବାହିତା କବିତା ସ୍ବାଈଁଙ୍କୁ ଶଶୁର ଘର ଲୋକେ ହତ୍ୟା କରାଯାଇଥିବା ନେଇ ବାପ ଘର ଲୋକେ ଶେରଗଡ଼ ଥାନାରେ ଅଭିଯୋଗ କରିଛନ୍ତି।ଶେରଗଡ଼ ପୋଲିସ ଅତିରିକ୍ତ ତହସିଲଦାର ଅକ୍ଷୟ ମଲ୍ଲିକ ଙ୍କ ଉପସ୍ଥିତିରେ ମୃତଦେହ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠା ଯାଇଛି।ଏନେଇ ଏକ ମାମଲା ରୁଜୁ କରି ପୋଲିସ ସ୍ୱାମୀ, ଶାଶୁ ଓ ଦେଢଶୁର ଙ୍କୁ ଅଟକ ରଖି ତଦନ୍ତ କରୁଛି।ବରମୁଣ୍ଡଳୀ ପଂଚାୟତର ପଟାବାବୁଲି ଗ୍ରାମର କାଳୁ ସ୍ବାଈଁ ଧନନ୍ତର ପଞ୍ଚାୟତର ଲାଞ୍ଜିଆପଲ୍ଲୀ ଗ୍ରାମର କବିତା ସ୍ଵାଇଁଙ୍କ ମଧ୍ୟରେ ଭଲ ପାଈବା ପରେ ଉଭୟ ପରିବାରଙ୍କ ମଧ୍ୟରେ ବୁଝାମଣା ହୋଇ ଏମାନଙ୍କ ବୈଦିକ ରିତିନୀତିରେ ମେ ୪ ରେ ବିବାହ ହୋଇଥିଲା।ଦାବି ମୁତାବକ
ଯୌତୁକ ମଧ୍ୟ ଦିଆଯାଈଥିଲା।
ତଥାପି ଉଭୟ ଙ୍କ ମଧ୍ୟରେ ବହୁତ ଥର ଝଗଡ଼ା ହୋଉଥିଲା।ଝିଅ କୁ ବାଡଉଥିବା ଥାନାରେ ଅଭିଯୋଗ ହୋଇ ବୁଝାଶୁଝା ସରିଥିଲା।ବାପା ଘରକୁ ଚାଲିଯାଇଥିବା କବିତାକୁ ଗତକାଲି ବୁଧବାର ଦିନ ପୁଅ ଘରେ ନେଇ ଝିଅର ଦଦା ପୁଅ ଭାଈ ଛାଡି ଆସିଥିଲେ।ରାତିରେ ବାଡେଈଥିବା ନେଇ ଝିଅ ଘରକୁ ଫୋନରେ ଜଣାଈଥିଲେ।ଆଜି ସକାଳୁ ଝିଅ ମୃତ୍ୟୁ ବରଣ କରିଥିବା ନେଇ କବିତା ଙ୍କ ଘରକୁ ପୁଅଘର ଫୋନ ରେ ଜଣାଈଥିଲେ।
ବିବାହିତ ମହିଳା ଙ୍କୁ ହତ୍ୟା ଅଭିଯୋଗ
Read Time:1 Minute, 34 Second

