ଘର ଭିତରେ ବିସ୍ଫୋରଣ, ଗୋଟିଏ ପରିବାରର ୬ ଗୁରୁତର।

ଘର ଭିତରେ ବିସ୍ଫୋରଣ, ଗୋଟିଏ ପରିବାରର ୬ ଗୁରୁତର।

0 0
Read Time:1 Minute, 42 Second

ଘର ଭିତରେ ଭୟଙ୍କର ବିସ୍ପୋରଣ। ବିଷ୍ଫୋରଣରେ ଗୋଟିଏ ପରିବାରର ୬ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ଆଜି ଏପରି ଘଟଣା ଗଞ୍ଜାମ ଜିଲ୍ଲାରେ ଘଟିଛି। କୋଦଳା ଥାନା ଅନ୍ତର୍ଗତ ବେରୁଆଁବାଡି ଗାଁର ଦଣ୍ଡପାଣି ବେଳେହାଙ୍କ ଘରେ ଆଜି ବିସ୍ଫୋରଣ ଘଟିଥିଲା। ବିସ୍ପୋରଣରେ ଦଣ୍ଡପାଣିଙ୍କ ପରିବାରର ୬ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ କୋଦଳା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ୫ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ସେମାନଙ୍କ ଶରୀରର ୬୦ରୁ ୭୦ ପ୍ରତିଶତ ପୋଡ଼ି ଯାଇଥିବା ଜଣାପଡ଼ିଛି।
ଦଣ୍ଡପାଣୀଙ୍କ ଘରେ ହୋଇଥିବା ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଗାଁର ଏ ମୁଣ୍ଡରୁ ଶେଷ ମୁଣ୍ଡ ପର୍ଯ୍ୟନ୍ତ ଶୁଣିବାକୁ ମିଳିଥିଲା। ଏହି ଭୟଙ୍କର ଶବ୍ଦ ଶୁଣି ଗାଁ ଲୋକେ ଭୟଭୀତ ହୋଇଯାଇଥିଲେ। ବିସ୍ଫୋରଣରେ ଘରର କାନ୍ଥ ଭାଙ୍ଗି ଯାଇଥିବା ବେଳେ ଜିନିଷପତ୍ର ଛିନ୍ନଛତ୍ର ହୋଇପଡ଼ିଥିଲା। ବିସ୍ଫୋରଣର ପ୍ରକୃତ କାରଣ ଜଣାପଡ଼ିନଥିଲେ ମଧ୍ୟ ବାଣ କିମ୍ବା ବମ୍‌ ଘରେ ଗଚ୍ଛିତ ଥିବା ଆଲୋଚନା ହେଉଛି।
ଖବର ପାଇ ପୁରୁଷୋତ୍ତମପୁର ଏସଡିପିଓ ଏବଂ କୋଦଳା ଥାନା ପୁଲିସ୍‌ ପହଞ୍ଚି ତଦନ୍ତ ଚଳାଇଛି।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ନ୍ୟୁଜ୍ ସ୍ପେଶାଲ୍ ରିପୋର୍ଟ