ଗଞ୍ଜାମ ଜିଲ୍ଲା ହିଂଜିଳିକାଟୁ ଗସ୍ତରେ ୩୮ ଯୁବ IAS, ଭାରତ ଦର୍ଶନ କାର୍ଯ୍ୟକ୍ରମରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅନୁଧ୍ୟାନ

ଗଞ୍ଜାମ ଜିଲ୍ଲା ହିଂଜିଳିକାଟୁ ଗସ୍ତରେ ୩୮ ଯୁବ IAS, ଭାରତ ଦର୍ଶନ କାର୍ଯ୍ୟକ୍ରମରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅନୁଧ୍ୟାନ

0 0
Read Time:3 Minute, 21 Second

ଭାରତୀୟ ପ୍ରଶାସନିକ ସେବା ଏବଂ ରୟାଲ ଭୁଟାନ୍ ସିଭିଲ ସର୍ଭିସ୍ ର ୨୦୨୧ ବ୍ୟାଚ୍ ଅଧିକାରୀ ଗଣ ଦୁଇଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ଜିଲ୍ଲା ପ୍ରଶାସନ ଦ୍ବାରା ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଅବଗତ ହୋଇଥିଲ ଏଠାରେ ପ୍ରକାଶ ଥାଉକି ମସୌରୀ ଠାରେ ଥିବା ଲାଲ୍ ବାହାଦୂର ଶାସ୍ତ୍ରୀ ନ୍ୟାସନାଲ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେସନ୍ ରୁ ଏହି ୩୮ ଜଣ ଅଧିକାରୀ ଏକାଡେମୀର ଯୁଗ୍ମ ନିର୍ଦ୍ଦେଶିକା ରାଧିକା ରସ୍ତୋଗୀଙ୍କ ନେତୃତ୍ବରେ ଗଞ୍ଜାମ ଜିଲ୍ଲା ଆସିଛନ୍ତି । ଲାଲ୍ ବାହାଦୂର ଶାସ୍ତ୍ରୀ ନ୍ୟାସନାଲ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେସନ୍ ଦ୍ବାରା ପରିଚାଳିତ ଭାରତ ଦର୍ଶନ କାର୍ଯ୍ୟକ୍ରମର ଏହା ଅଂଶ ବିଶେଷ ଭାବରେ ଏକ ଅଧ୍ୟୟନ ଯାତ୍ରା ପାଇଁ ଗଞ୍ଜାମ ଜିଲ୍ଲା ଗସ୍ତ ।

 ଗଞ୍ଜାମ ଜିଲ୍ଲା ହିଂଜିଲିକାଟୁ ବ୍ଲକର ଆମ୍ବ ଗାଁ ଗ୍ରାମ ପଂଚାୟତର MCC, MRF ମୋଡେଲ ଅଙ୍ଗନବାଡି, ପାର୍କ ମିଶନ ଶକ୍ତି ଗୃହ, ହିଂଜିଲିକାଟୁ ପୌରପରିସଦ ର ନେତାଜୀ ପାର୍କ ଓ 5ଟିରେ ରୂପନ୍ତକରଣ ହୋଇଥିବା ବୃନ୍ଦାବନ ବିଦ୍ୟା ପୀଠ, ସାରୁ ଗ୍ରାମପଂଚୟତର ସ୍କୁଲ, ଗାଈ ଗୁହାଳ, ବିଜୁ ପଂଚାୟତ ପାଠାଗାର ଓ ଅନ୍ୟାନ୍ୟ  ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ବୁଲି ଦେଖିଥିଲେ । ଗଞ୍ଜାମ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ୫-ଟି ର କାର୍ଯ୍ୟକାରୀତା, ଜିଲ୍ଲାର ନିଜସ୍ବ ପଦକ୍ଷେପ କାର୍ଯ୍ୟକ୍ରମ ମୋ ଗେହ୍ଲା ଝିଅ, ନିର୍ଭୟ କଢି, ସ୍ବୟଂ ସିଦ୍ଧା, ପର୍ଯ୍ୟଟନ ସ୍ଥଳର ବିକାଶ ଇତ୍ୟାଦି ସମ୍ପର୍କରେ ଅବଗତ କରାଇଥିଲେ । ଲାଲ୍ ବାହାଦୂର ଶାସ୍ତ୍ରୀ ନ୍ୟାସନାଲ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେସନ୍ ଏକାଡେମୀର ଯୁଗ୍ମ ନିର୍ଦ୍ଦେଶିକା ରାଧିକା ରସ୍ତୋଗୀ ନିଜ ବକ୍ତବ୍ୟ ରେ ଗଞ୍ଜାମ ଜିଲ୍ଲା ହିଂଜିଲି ବ୍ଲକ ଓ ପୌରପରିସଦର କାର୍ଯ୍ୟଧାରା ସମ୍ପର୍କରେ ଅବଗତ କରାଇ ଗଂଜାମ ଜିଲ୍ଲା ଭଳି ପ୍ରକୃତିକ ବିପର୍ଯ୍ୟୟ ଜିଲ୍ଲାର ବିକାଶ ନିମନ୍ତେ କିଭଳି ଯୋଜନା କାର୍ଯ୍ୟକାରୀ ହେବା ସହିତ ବିପର୍ଯ୍ୟୟ ସତ୍ତ୍ବେ ଏହାର ମୁକାବିଲା କରି ଉନ୍ନୟନ ମୂଳକ ପ୍ରସ୍ତୁତିର ଧାରାକୁ ପ୍ରଶଂସା କରିଥିଲେ । ପରିଶେଷରେ ଭାରତୀୟ ପ୍ରଶାସନିକ ଅଧିକାରୀ ଡଃ ରୀନା ପ୍ରଧାନ ଧନ୍ୟବାଦ ଅର୍ପଣ କରିବା ସହ ଓଡିଶା ପ୍ରଶାସନର ଆତିଥ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ ।  ପରିଦର୍ଶନର ସମସ୍ତ ଦାୟୀତ୍ବ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ,ପୌରପରିସଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ମନୋରଞ୍ଜନ ସାହୁ,ବିଡ଼ିଓ ଶ୍ରୀ ସୁବତ ଜେନା ଙ୍କ ନେତୃତ୍ବରେ କରାଯାଇଥିଲା ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ନ୍ୟୁଜ୍ ପର୍ଯ୍ୟଟନ ଯୋଗାଯୋଗ ଶିକ୍ଷା ସ୍ପେଶାଲ୍ ରିପୋର୍ଟ