-ଭେଇକେଲ ଫେରସ୍ତ ମେଳା

-ଭେଇକେଲ ଫେରସ୍ତ ମେଳା

0 0
Read Time:1 Minute, 58 Second

ଦୀର୍ଘଦିନ ଧରି ସ୍ଥାନୀୟ ଥାନାରେ ଜବତ ହୋଇ ପଡ଼ି ରହିଥିବା ବିଭିନ୍ନ କିସମର ଯାନ ବାହାନ ଗୁଡ଼ିକୁ ସଂପୃକ୍ତ ଗାଡ଼ି ମାଲିକ ଙ୍କୁ ଫେରାଇବା ନେଇ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଭେଇକଲ ରିଲିଜ ମେଳା ଆୟୋଜିତ ହୋଇଛି। ବୁଧବାର ପୂର୍ବାହ୍ମ ରେ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଙ୍କ ସଂଯୋଜନା ରେ ଆୟୋଜିତ ମେଳା ରେ ଉପ ଖଣ୍ଡ ଆରକ୍ଷୀ ଅଧିକାରୀ ଉମାଶାଙ୍କର ସିଂ, ଥାନା ଦାୟିତ୍ଵ ରେ ଥିବା ଶିକ୍ଷାନିବେସ ଆଇ ପି ଏସ ଅଧିକାରୀ ନଚିକେତା ସେଲକେ,ଓକିଲ ସଂଘ ସଭାପତି ସୁରେନ୍ଦ୍ର ନାଥ ପଣ୍ଡା, ବରିଷ୍ଠ ସରକାରୀ ଓକିଲ ସୁଧାଂଶୁ ପଣ୍ଡା,ବିଦେଶୀ ନାହାକ, ନାରାୟଣ ମୁନି ପ୍ରମୁଖ ଯୋଗଦେଇଥିଲେ।ଥାନାରେ ସିଜ୍ ହୋଇ ରହିଥିବା ଗାଡ଼ି ର ଅଧିକୃତ ମାଲିକ ମାନଙ୍କୁ ମେଳା ରେ ଆଇନଗତ ପରାମର୍ଶ ସହ କାଗଜପତ୍ର ଓ ଜୀମାନାମା ରେ ଜବତ ହୋଇଥିବା ସେମାନଙ୍କ ଗାଡ଼ି ଗୁଡ଼ିକୁ ଫେରସ୍ତ କରଯାଇଥିଲା।ମେଳାରେ ୫୬ ଟି ଦୁଇ ଚକିଆ ଗାଡି,୨ଟି ତିନିଚକିଆ ଗାଡି ଓ ୫ଟି ଚାରି ଚକିଆ ଗାଡି ମୋଟ ୬୩ ଗାଡ଼ି ମାଲିକଙ୍କୁ ସେମାନଙ୍କ ଗାଡ଼ି ର ଚାବି ଶିକ୍ଷାନିବେସ ଆଇ ପି ଏସ ଅଧିକାରୀ ନଚିକେତା ସେଲକେ ହସ୍ତାନ୍ତର କରିଥିଲେ। ଆସିକା ଥାନା ର ସମସ୍ତ ଅଧିକାରୀ ଓ କର୍ମଚାରୀ ମେଳା ଆୟୋଜନ କରିବା ରେ ସହଯୋଗ କରିଥିଲେ। ପୋଲିସ ପକ୍ଷରୁ ଜିଲ୍ଲାରେ ପ୍ରଥମ କରି ଏଭଳି ମେଳା ଆୟୋଜନ କରାଯାଇ ଜବତ ଗାଡ଼ି ଫେରସ୍ତ କର୍ଯ୍ୟକ୍ରାମ କୁ ହିତାଧିକାରୀ ସହ ସାଧାରଣ ରେ ବେଶ୍ ପ୍ରଶଂସା କରାଯାଇଛି।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ଅପରାଧ ନ୍ୟୁଜ୍