Read Time:52 Second
ଆସିକା ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିରେ ମୋଟ ୭୫ ଗୋଟି ମାମଲାର ଶୁଣାଣୀ ହୋଇଥିଲା।ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ,ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ଅଧିକାରୀ ସିନ୍ଧେ ଦତାତ୍ରେୟ ଭାଉ ସାହେବ,ତହସିଲଦାର ସଂଜୟ ସାମନ୍ତରାୟ, ବି ଡି ଓ ରୋଶନ ଶତପଥୀ,ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ଉମା ଶଙ୍କର ସିଂ,ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସମେତ ରାଜସ୍ବ,କୃଷି,ଶିକ୍ଷା,ଜଳସମ୍ପଦ, ପୂର୍ତ୍ତ, ଅଙ୍ଗନବାଡି ଏବଂ ସମସ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।

