Read Time:1 Minute, 6 Second
ଗଂଜାମ ଜିଲ୍ଲାପାଳ ଆସିକା ର ବିଭିନ୍ନ ପ୍ରକଳ୍ପ ଅନୁଧ୍ୟାନ କରି ଫେରିଛନ୍ତି।ଆସିକା ହରିହର ହାଇ ସ୍କୁଲ ଠାରେ ହେବାକୁ ଥିବା ଇଣ୍ଡୋର ଷ୍ଟାଡିୟମ, ସ୍ମାର୍ଟ କ୍ଲାସ,ଲଛମନପଲ୍ଲୀ ଗ୍ରାମର ପୋଖରୀ ସୌନ୍ଦର୍ଯ୍ୟକରଣ ଏବଂ ଗୁଣ୍ଠପଡା ଠାରେ କେନ୍ଦ୍ର ସରକାରଙ୍କ ଅନୁଦାନରେ ହେବାକୁ ଥିବା ଅମୃତ ସରୋବର ଯୋଜନାରେ ଏକ ପୋଖରୀ ଖନନ ପାଇଁ ଜାଗା ଚିହ୍ନଟ ପାଇଁ ଯାଇଥିଲେ।ଯେଉଁଠି ଏକ ଏକର ଜମିରେ ଦଶ ହଜାର କ୍ୟୁସେକ ମିଟର ଜଳ ଧାରଣ କ୍ଷମତା ରହିବ ସେହିଭଳି ସ୍ଥାନ ଚିନ୍ହଟ ରେ ଯାଇଥିଲେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ,ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ଅଧିକାରୀ ସିନ୍ଧେ ଦତାତ୍ରେୟ ଭାଉ ସାହେବ,ତହସିଲଦାର ସଞ୍ଜୟ ସାମନ୍ତରାୟ, ବିଡ଼ିଓ ରୋଶନ ଶତପଥୀ ଓ ବିଭିନ୍ନ ପଦାଧିକାରୀ ମାନେ ଉପସ୍ଥିତ ଥିଲେ।

