Read Time:57 Second
ଆସିକା ଥାନା ଅନ୍ତର୍ଗତ ଋଷିପୁର ଗ୍ରାମର ପୁରୁଣା ବନ୍ଧରେ ବୁଡି ୨୯ ବର୍ଷୀୟ ଯୁବକ ଙ୍କ ମୂର୍ତ୍ୟୁ ଘଟିଛି।ଉକ୍ତ ଗ୍ରାମର ନାରାୟଣ ସ୍ୱାଇଁ ପୋଖରୀ କୁ ଶୌଚ ପାଇଁ ଯାଇଥିଲେ ଅସାବଧାନତା ଯୋଗୁଁ ତାଙ୍କର ଗୋଡ଼ ଖସି ଯାଇ ଥିଲା ଏବଂ ତାଙ୍କୁ ଗ୍ରାମବାସୀ ଓ ଦମକଳ ବାହିନୀ ଅଚେତ ଅବସ୍ଥାରେ ଉଦ୍ଧାର କରି ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।ଡାକ୍ତର ମୃତ ଘୋଷଣା କରିଥିଲେ ବୋଲି ମୃତଙ୍କ ଭାଇ ସନ୍ତୋଷ ସ୍ୱାଇଁ ପୋଲିସରେ ଲିଖିତ ଅଭିଯୋଗ ଦେଇଛନ୍ତି।ପୋଲିସ ପହଂଚି ଥାନା କେଶ ନଂ ୧୫/୨୨ରେ ଏକ ଅପମୃତ ମାମଲା ରୁଜ୍ଜୁ କରି ତଦନ୍ତ କରୁଛି। ବ୍ୟବଚ୍ଛେଦ ପରେ ଶବ ପରିବାର ଵର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା

