Read Time:1 Minute, 8 Second
ଆସିକା ଚିନିଶିଳ୍ପର ମଦ ପ୍ରସ୍ତୁତି କାରଖାନାରେ କାର୍ଯ୍ୟରତ ଖଲାସି ବିଘନେଶ୍ୱର ଙ୍କ ମୃତ୍ୟୁର କ୍ଷତି ପୂରଣ ଏବଂ ପରିବାର ର ଜଣେ ଲୋକଙ୍କୁ ସ୍ଥାୟୀ ନିଯୁକ୍ତି ଦାବିକରି ଶ୍ରମିକ ମାନେ କାରଖାନା ସମ୍ମୁଖରେ ବିକ୍ଷୋଭ କରିଛନ୍ତି।ରାତ୍ର ୮ରୁ ବିକ୍ଷୋଭ ଆରମ୍ଭ ହୋଇଥିଲା।ଖବର ଲେଖିବା ଯାଏଁ କୌଣସି ଅଧିକାରୀ ପହଞ୍ଚି ନଥିବାରୁ ସମାଧାନ ର ବାଟ ଫିଟୁନି।ପ୍ରକାଶ ଥାଉକି ଗତ ୧୬ ତାରିଖ ଦିନ ମଦ ପ୍ରସ୍ତୁତି କାରଖାନାର ରେ କାମ କରୁଥିବା ବେଳେ ଷ୍ଟିମ ପାଇପ ଫାଟି ବିଘନେଶ୍ୱର ବେହେରା,ଖଲାସି ଏବଂ ଶ୍ୟାମ ନାରାୟଣ ରାୟ ଫୋରମେନ ଗୁରୁତର ହୋଇଥିଲେ।ଗୁରୁତର ଅବସ୍ଥାରେ ଉଭୟଙ୍କୁ ବ୍ରମ୍ହପୁର ,ଭୁବନେଶ୍ୱର ଓ କଟକ ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।ଚିକିତ୍ସିତ ଅବସ୍ଥାରେ ବିଘନେଶ୍ୱର ଙ୍କ ମୃତୁ ଘଟିଥିଲା।

