ହିଂଜିଳିକାଟୁ ବୃନ୍ଦାବନ ବିଦ୍ୟାପୀଠ ମିନି ଷ୍ଟାଡ଼ିଅମରେ ପ୍ରେସ କ୍ଲବ ହିଂଜିଳିକାଟୁ ସହଯୋଗରେ ଏମସିସି କ୍ରିକେଟ କ୍ଲବ ଦ୍ଵାରା ଆୟୋଜିତ ପ୍ରିୟଦର୍ଶୀ ପଟ୍ଟନାୟକ ମେମୋରିଆଲ ଦିବା ରାତ୍ର ଟେନିସ ବଲ କ୍ରିକେଟ ଟୁର୍ନାମେଟରେ ମଙ୍ଗଳବାର ୨ଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା । ପ୍ରଥମ ମ୍ୟାଚରେ ରୋୟାଲ ଷ୍ଟ୍ରାଇକର ଵ୍ରହ୍ମପୁର ଓ ରୋୟାଲ ଏକାଦଶ ବ୍ରହ୍ମପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ରୋୟାଲ ଷ୍ଟ୍ରାଇକର ପ୍ରଥମେ ଟସ ଜିତି ଵ୍ୟାଟିଂ ନିଷ୍ପତ୍ତି ନେଇଥିଲା। ରୋୟାଲ ଷ୍ଟ୍ରାଇକର ୧୨ ଓଭର ଖେଳି ୪ ୱିକେଟ ହରାଇ ୧୧୭ ରନ କରିଥିଲେ ଜବାବରେ ରୋୟାଲ ଏକାଦଶ ବ୍ରହ୍ମପୁର ୪ ୱିକେଟ ହରାଇ ୧୧୨ ରନ ସଂଗ୍ରହ କରିଥିଲା ଫଳରେ ରୋୟାଲ ଷ୍ଟ୍ରାଇକର ଵ୍ରହ୍ମପୁର ୫ ରନରେ ଵିଜୟ ହାସଲ କରିଛି । ଏଥିରେ ରୋୟାଲ ଷ୍ଟ୍ରାଇକର ଦଳର ମୁସ୍ତାକ ୨୫ ବଲରେ ୬୦ ରନ ସଂଗ୍ରହ କରି ୨ ଗୋଟି ୱିକେଟ ନେଇ ମେନ ଅଫ ଦି ମ୍ୟାଚ ହୋଇଥିଲେ । ୨ୟ ମ୍ୟାଚରେ ଆର୍ମୀ ଏକାଦଶ ଆସିକା ଓ ସି ସି ସି ଲେଙ୍କାଖାଲି ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଆସିକା ଆର୍ମୀ ଏକାଦଶ ୧୨ଓଭରରେ ୧୭୩ ରନ ସଂଗ୍ରହ କରିଥିଲେ ଜବାବରେ ସିସିସି ଲେଙ୍କାଖାଲି୧୧,୪ ଓଭର ଖେଳି ୯୦ ରନ ସଂଗ୍ରହ କରିଥିଲେ ଫଳରେ ଆସିକା ଆର୍ମୀ ଏକାଦଶ ୮୩ ରନରେ ବିଜୟୀ ହାସଲ କରିଥିଲେ। ଏଥିରେ ଆସିକା ଦଳ ର ଶ୍ବାମ ୩୭ ବଲରେ ୯୧ ରନ ସଂଗ୍ରହ କରି ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ । ହିଞ୍ଜିଳିକାଟୁ ପୌରପରିଷଦ ବରିଷ୍ଠ ଵିଜେଡି ନେତା ଦେବାନନ୍ଦ ମହାପାତ୍ର ଓ ଶିକିରି ଗ୍ରାମ ପଞ୍ଚାୟତ ସରପଞ୍ଚ ଅମର କୁମାର ବରଡ ଅତିଥି ଭାବେ ଯୋଗ ଦେଇ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ । କେଶବ ମହାରଣା ଓ ଶିକର ଗୌଡ ମ୍ୟାଚ ପରିଚାଳନା କରିଥିଲେ । ଆଲୋକ ପାତ୍ର, ସତ୍ୟ ପାଣିଗ୍ରାହି, ସୁଜିତ ସାଇଁ ଓ ଚିନ୍ମୟ ପଣ୍ଡା ମଣ୍ଡିଂ କ୍ରିକେଟ କ୍ଳବର ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ ।

