ଦିଗପହଣ୍ଡି ଥାନାରେ ନୂତନ ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କଲେ ଦିପ୍ତୀରଞ୍ଜନ

ଦିଗପହଣ୍ଡି ଥାନାରେ ନୂତନ ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କଲେ ଦିପ୍ତୀରଞ୍ଜନ

0 0
Read Time:1 Minute, 51 Second

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନାରେ ନୂତନ ଥାନା ଅଧିକାରୀ ଭାବେ ଶନିବାର ଦିନ ଦିପ୍ତୀ ରଞ୍ଜନ ବେହେରା ନିଜର ଦାୟିତ୍ଵ ଗ୍ରହଣ କରିଥିବା ଜଣାପଡିଛି । ଏହା ପୂର୍ବରୁ ରମ୍ଭା ଥାନାରେ ଅବସ୍ଥାପିତ ଥିବା ବେଳେ ଆଜି ଆଇଆଇସି ଭାବେ ଦିଗପହଣ୍ଡି ଥାନାରେ ଯୋଗ ଦେଇଛନ୍ତି । ପୂର୍ବରୁ ଦିଗପହଣ୍ଡି ଥାନା ଅଧିକାରୀ ଭାବେ ଥିବା ବସନ୍ତ କୁମାର ସେଠୀଙ୍କୁ ଏସ୍ ପି କାର୍ଯ୍ୟାଳୟକୁ ବଦଳି ହୋଇଥିଲା । ତେବେ ନୂତନ ଅଧିକାରୀ ଶ୍ରୀ ବେହେରା ଥାନା ପରିସରରେ ଯୋଗଦେବା ପରେ ପ୍ରଥମେ ଦିଗପହଣ୍ଡି ପୋଲିସ ଥାନା ପକ୍ଷରୁ ଏସ୍ଆଇ ବଳଭଦ୍ର ଗଣ୍ଡ , ମାଧବ ଚନ୍ଦ୍ର ଟାକିରୀ , ଗୈାତମ କୁମାର ସାହୁ , ଏ . ସ୍ବର୍ଣ୍ଣଲତା ପାତ୍ର , ଏଏସ୍ ଆଇ ଗୋବିନ୍ଦ ମଲ୍ଲିକ , ଅଜୟ କୁମାର ନାୟକ ସମେତ ସମସ୍ତ କର୍ମକର୍ତ୍ତା ଫୁଲତୋଡ଼ା ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏହି ପରିପ୍ରେକ୍ଷୀରେ ଦିଗପହଣ୍ଡି ଥାନା ଅଧୀନରେ ବୃଦ୍ଧି ପାଇଥିବା ଅପରାଧିକ ନିୟନ୍ତ୍ରଣ , ଟ୍ରାଫିକ ସମସ୍ୟା ସୁଧାରିବା , ଚୋରା ମଦ ଓ ଗଞ୍ଜେଇ କାରବାର ଚାଲାଣ ଉପରେ ଗୁରୁତ୍ବ ଦିଆଯିବ ଏପରିକି ସ୍ଥାନୀୟ ଅଞ୍ଚଳରେ ଅସାମାଜିକ ଯୁବକଙ୍କ ଦ୍ବାରା ବଢ଼ି ଚାଲିଥିବା ଚୋରି , ଡକାୟତି ଭଳି କାର୍ଯ୍ୟକୁ ଦମନ କରିବା , ରାତିରେ ପେଟ୍ରୋଲିଂ ବ୍ୟବସ୍ଥା କଡାକଡି ଉପରେ ନଜର ରହିବ ଏବଂ ଲୋକମାନଙ୍କ ସହ ସୁସମ୍ପର୍କ ସ୍ଥାପନ କରିବା ସହ ଦିଗପହଣ୍ଡି ଥାନାକୁ ଏକ ଆଦର୍ଶ ଥାନାରେ ପରିଣତ ପାଇଁ ଦାୟିତ୍ବ ଗ୍ରହଣ ପରେ ଆଇଆଇସି ସୂଚନା ଦେଇଛନ୍ତି ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ନ୍ୟୁଜ୍