ଶିଶୁଙ୍କ ସୁରକ୍ଷା ପଞ୍ଚାୟତ ଗଠନରେ ଭୂମିକାକୁ ନେଇ ନିର୍ବାଚିତ ପ୍ରତିନିଧିଙ୍କୁ ତାଲିମ ଶିବିର ଅନୁଷ୍ଠିତ

ଶିଶୁଙ୍କ ସୁରକ୍ଷା ପଞ୍ଚାୟତ ଗଠନରେ ଭୂମିକାକୁ ନେଇ ନିର୍ବାଚିତ ପ୍ରତିନିଧିଙ୍କୁ ତାଲିମ ଶିବିର ଅନୁଷ୍ଠିତ

0 0
Read Time:2 Minute, 18 Second

ୟୁଥ୍ ଫର ସୋସିଆଲ ଡେଭଲପମେଣ୍ଟ ଓ ୟୁନିସେଫ ସ୍ବେଚ୍ଛାସେବୀ ଅନୁଷ୍ଠାନର ମିଳିତ ଆନୁକୁଲ୍ୟରେ ଶନିବାର ପୂର୍ବାହ୍ନରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ପଦ୍ମନାଭପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଶିଶୁମାନଙ୍କ ସୁରକ୍ଷା ପଞ୍ଚାୟତ ଗଠନରେ ଭୂମିକାକୁ ନେଇ ନିର୍ବାଚିତ ପ୍ରତିନିଧିଙ୍କୁ ନେଇ ଏକ ତାଲିମ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସରପଞ୍ଚ ବି . ସନ୍ଧ୍ୟାରାଣୀ ସୁବୁଦ୍ଧିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶିବିରକୁ ପଞ୍ଚାୟତ କାର୍ଯ୍ଯ ନିର୍ବାହୀ ଅଧିକାରୀ ଗୈାରାଙ୍ଗ ଚରଣ ଲେଙ୍କା ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟସ୍ତରୀୟ ଶିଶୁ ସୁରକ୍ଷା ଓ ପଞ୍ଚାୟତ ରାଜ ବ୍ୟବସ୍ଥାର ଅଭିଜ୍ଞ ପ୍ରଶିକ୍ଷକ ସଚ୍ଚିକାନ୍ତ ପ୍ରଧାନ , ୱାଇ ଏସ୍ ଟି ପ୍ରକଳ୍ପ ସଂଯୋଜକ ଚନ୍ଦନ କୁମାର ସାହୁ , ବ୍ଳକ ସଂଯୋଜକ ଲିପକ କୁମାର ବେହେରା , ପୂର୍ବତନ ସରପଞ୍ଚ ତଥା ପ୍ରତିନିଧି ବି. କ୍ରିଷ୍ଣାରାଓ ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ରହି ଶିଶୁମାନଙ୍କ ସୁରକ୍ଷା , ବିକାଶ ଏବଂ ସାମାଜିକ ସୁରକ୍ଷା ଓ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା , ପଞ୍ଚାୟତ ଗଠନରେ ଶିଶୁର ଭୂମିକା , ପଞ୍ଚାୟତର ଉନ୍ନୟନ ମୂଳକ କାର୍ଯ୍ୟରେ ଜଣେ ଶିଶୁ ଅଂଶ ଗ୍ରହଣ କରିପାରିବ ଏବଂ ତାହାର ସମସ୍ଯାକୁ ଗ୍ରାମସଭାରେ କିପରି ଉପସ୍ଥାପନ କରିପାରିବ ସେନେଇ ନିର୍ବାଚିତ ପ୍ରତିନିଧି ଏବଂ ଆଗ ଧାଡିରେ ସେବା ପ୍ରଦାନକାରୀ ବ୍ୟକ୍ତିଙ୍କୁ ତାଲିମ ପ୍ରଦାନ କରାଯାଇଥିଲା । ଏଥିରେ ପଞ୍ଚାୟତର ସମସ୍ତ ନିର୍ବାଚିତ ପ୍ରତିନିଧି ସମିତି ସଭ୍ୟା ଜି . ସୁନୀତା ରେଡ୍ଡୀ , ୱାର୍ଡସଭ୍ଯ/ ସଭ୍ଯା ସମେତ ଅଙ୍ଗନୱାଡ଼ି କର୍ମୀ , ଆଶାକର୍ମୀ ଉପସ୍ଥିତ ରହି ଶିବିର କାର୍ଯ୍ୟକ୍ରମ ପରିଚାଳନା କରିବାରେ ସହଯୋଗ କରିଥିଲେ ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ନ୍ୟୁଜ୍ ଯୋଗାଯୋଗ ଶିକ୍ଷା ସ୍ପେଶାଲ୍ ରିପୋର୍ଟ