ପ୍ରିୟଦର୍ଶୀ ପଟ୍ଟନାୟକ ସ୍ମୃତି କ୍ରିକେଟ

ପ୍ରିୟଦର୍ଶୀ ପଟ୍ଟନାୟକ ସ୍ମୃତି କ୍ରିକେଟ

0 0
Read Time:1 Minute, 46 Second

ହିଂଜିଳିକାଟୁ ବୃନ୍ଦାବନ ବିଦ୍ୟାପୀଠ ମିନି ଷ୍ଟାଡ଼ିଅମରେ ପ୍ରେସ କ୍ଲବ ହିଂଜିଳିକାଟୁ ସହଯୋଗରେ ଏମସିସି କ୍ରିକେଟ କ୍ଲବ ଦ୍ଵାରା ଆୟୋଜିତ ପ୍ରିୟଦର୍ଶୀ ପଟ୍ଟନାୟକ ମେମୋରିଆଲ ଦିବା ରାତ୍ର ଟେନିସ ବଲ କ୍ରିକେଟ ଟୁର୍ନାମେଟ ରେ ଗୁରୁବାର ସଂଧ୍ୟାରେ। ରେଗିଡି ଏକାଦଶ  ଓ ଅଶୋକ ନାୟକ ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।ମ୍ୟାଚରେ  ରେଗିଡି ଏକାଦଶ ଏମ ସି ସି  ହିଞ୍ଜିଳିକାଟୁ ଟସ ଜିତି  ବ୍ୟାଟିଁ ନିଷ୍ପତି ନେଇଥିଲେ। ରେଡିଡି ଏକାଦଶ ୧୨ ଓଭର ଖେଳି ୮ ୱିକେଟ ହରାଇ ୧୨୭ରୋୟାଲ  ସଂଗ୍ରହ କରିଥିଲା। ଜଵାବରେ  ଅଶୋକ ନାୟକ ଏକାଦଶ ୧୧ ଓଭର ଖେଳି ୪ ୱିକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରି ଵିଜୟ ହାସଲ କରିଥିଲେ ।  ଅଶୋକ ନାୟକ ଏକାଦଶ ର ପ୍ରବିଣ ୧୫ ବଲରେ ୩୬ ରନ ସଂଗ୍ରହ କରି ମେନ ଅଫ ଦି ମ୍ୟାଚ ଘୋଷିତ ହୋଇଥିଲେ।  ସାମାଜିକ କର୍ମୀ ମାନସ ରଞ୍ଜନ ଵେହେରା  ଅତିଥି ଭାବେ ଯୋଗ ଦେଇ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ । ଆଲୋକ ପାତ୍ର ଓ ବାବୁ ପଣ୍ଡା ମ୍ୟାଚ ପରିଚାଳନା କରିଥିଲେ। ଅମୂଲ୍ୟ ରତ୍ନ ପଣ୍ଡା ଧାରା ବିବରଣୀ ପ୍ରଦାନ କରିଥିବା ବେଳେ ବଣ୍ଟି ପୃଷ୍ଟି ସ୍କୋରର ଦାୟିତ୍ବ ତୁଲାଇଥିଲେ। , ସତ୍ୟ ପାଣିଗ୍ରାହି, ସୁଜିତ ସାଇଁ ଓ ଚିନ୍ମୟ ପଣ୍ଡା ଙ୍କସମେତ ମଣ୍ଡିଂ କ୍ରିକେଟ କ୍ଳବର ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
କ୍ରୀଡ଼ା ନ୍ୟୁଜ୍