ଧରାକୋଟ ରେ ଜିଲ୍ଲାପାଳ                                                ବିକଶିତ ଧରାକୋଟର ରୋଡ ମ୍ୟାପ ପାଇଁ ପ୍ରସ୍ତୁତି

ଧରାକୋଟ ରେ ଜିଲ୍ଲାପାଳ ବିକଶିତ ଧରାକୋଟର ରୋଡ ମ୍ୟାପ ପାଇଁ ପ୍ରସ୍ତୁତି

0 0
Read Time:5 Minute, 16 Second

ଧରାକୋଟ ର ବିକାଶ ପାଇଁ  ଶେଷ ରେ ପଡ଼ିଛି ଶୁଭ ଦୃଷ୍ଟି ।ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଧେଶ କ୍ରମେ ଶନିବାର ଅପରାହ୍ନରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲଙ୍ଗେ ସଦ୍ୟ ନିର୍ମିତ ତାରାତାରିଣୀ ମନ୍ଦିରର ସ୍ଥପତି ନାରାୟଣ ତ୍ରୀପାଠୀ ଙ୍କ ସହ ଧରାକୋଟ ରେ ପହଞ୍ଚି ପୁରାତନ ଜଗନ୍ନାଥ ମନ୍ଦିର ,ଆଡ଼ପ ମନ୍ଦିର ଓ ପୁରାତନ  ନିର୍ମାଣାଧୀନ ଦୋଳ ମଣ୍ଡପକୁ ପରିଦର୍ଶନ କରିଥିଲେ । ଜରାଜୀର୍ଣ୍ଣ  ଅବସ୍ଥାରେ ଥିବା ଜଗନ୍ନାଥ ମନ୍ଦିର ସହ ପରିସର ରେ ଥିବା ଯଜ୍ଞ ମଣ୍ଡପ,କୋଇଲି ବୈକୁଣ୍ଠ ,ରୋଷ ଶାଳ, ସ୍ନାନ ମଣ୍ଡପ, ଚାହାଣି ମଣ୍ଡପ ର ବିକାଶ ମନ୍ଦିର ପାର୍ଶ୍ଵ କାନ୍ଥରେ ଥିବା ପଟ ଚିତ୍ର ର ସୁରକ୍ଷା ଉପରେ ଗୁରୁତ୍ବ ଦେବା ସହ ମନ୍ଦିରର ଭିତ୍ତିଭୂମିର ବିକାଶ ସହ ପର୍ଯ୍ୟଟକ ଙ୍କୁ ଆକୃଷ୍ଟ କଲା ଭଳି ନୂତନ ଢାଞ୍ଚାରେ ଭିତ୍ତି ଭୂମିର ପରିବର୍ତ୍ତନ କରିବା ପାଇଁ ସ୍ଥପତିଙ୍କୁ ନିର୍ଦ୍ଧେଶ ଦେଇଥିଲେ ।ମନ୍ଦିର ଭିତରେ ସ୍ୱଚ୍ଛତା ବଜାୟ ରଖିବା ସହ ମନ୍ଦିର ଚତୁର୍ପର୍ଶ୍ଵ  ରେ ଥିବା ବେଆଇନ ଜବର ଦଖଲ କୁ ତୁରନ୍ତ ଉଚ୍ଛେଦ ପାଇଁ ଧରାକୋଟ ତହସିଲଦାର ଙ୍କୁ  ନିର୍ଦ୍ଧେଶ ଦେଇଥିଲେ । ପର୍ଯ୍ୟଟକଙ୍କ ପାଇଁ ଶୌଚାଳୟ,ପ୍ରତିକ୍ଷାଳୟ,ପାନୀୟ ଜଳର ବ୍ୟବସ୍ଥା,ଗ୍ରାମ ଆରମ୍ଭ ରେ ରହିଥିବା ନେଳିଆ ପୁଷ୍କରିଣୀ,ଦରୁଆ ପୁଷ୍କରିଣୀର ସୌନ୍ଦର୍ଯ୍ୟ କରଣ ସହ ଆଡ଼ପ ମନ୍ଦିର ଠାରେ ରହିଥିବା ଚାନ୍ଦିନୀ ତଳ ପୁଷ୍କରିଣୀ କୁ ପୁରୀର ନରେନ୍ଦ୍ର ପୋଖରୀ ଶୈଳୀ ରେ ନିର୍ମାଣ କରି ସମସ୍ତ ପୋଖରୀରେ ପର୍ଯ୍ୟଟକ ଙ୍କୁ ଆକୃଷ୍ଟ କଲା ଭଳି ବୋଟିଂ ସୁବିଧା ପାଇଁ ଧରାକୋଟ bdo ଙ୍କୁ ନିର୍ଦ୍ଧେଶ ଦେଇଥିଲେ। ଗ୍ରାମ ର ନାର୍ଦ୍ଧମା ପାଣି ଯେପରି ପୋଖରୀ ଭିତରେ ପ୍ରବେଶ ନ କରି ଅନ୍ୟତ୍ର ସ୍ଥାନନ୍ତର ପାଇଁ ନିର୍ଦ୍ଧେଶ ଦେଇଥିଲେ। ବଡ଼ଦାଣ୍ଡ ସାହି ରାସ୍ତାର ନବୀକରଣ ସହ ରାସ୍ତାର ଉଭୟ ପାର୍ଶ୍ବରେ ବୃକ୍ଷ ରୋପଣ ସହ ଆଲୋକି କରଣ ସହ ଫୁଲ ଗଛ ଲଗାଇବା ଉପରେ ଗୁରୁତ୍ବ ଦେବା ସହ ଉଚ୍ଚ ଶକ୍ତି ସମ୍ପର୍ନ୍ନ ବିଦୁତ୍ ତାର କୁ ଅନ୍ୟତ୍ର ହଟାଇବା ,ଆଡ଼ପ ମନ୍ଦିର ରୁ ତିରିଶି ବର୍ଷ ତଳୁ ଚୋରି ହୋଇଥିବା ବିରଳ ଗରୁଡ଼ ମୂର୍ତ୍ତି ଯାହାକି ବାଲୁ ଗାଁ ଥାନାରେ ରହିଥିବା ମୂର୍ତ୍ତି କୁ ଫେରାଇ ଆଣିବା ପାଇଁ ପ୍ରତିଶ୍ରୁତି ଦେବା ସହ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଆଡ଼ପ ମନ୍ଦିର ଚତୁର୍ପାର୍ଶ୍ଵ ରେ ପାଚେରୀ ନିର୍ମାଣ ସହ ସମ୍ମୁଖରେ ପାର୍କ ନିର୍ମାଣ,ହରିଜନ ସାହି ଓ ମୁସଲମାନ ସାହି ପାଇଁ ବାଇପାସ୍ ରାସ୍ତା ନିର୍ମାଣ ସହ ଧରାକୋଟ ଗ୍ରାମ କୁ ସମ୍ପୂର୍ଣ୍ଣ ସ୍ୱଚ୍ଛତା ରଖିବା ପାଇଁ ପଦାଧିକାରୀ ଙ୍କୁ ନିର୍ଦ୍ଧେଶ ଦେଇଥିଲେ । ଧରାକୋଟ ଅଞ୍ଚଳରେ ରହିଥିବା ପ୍ରାକୃତିକ ସମ୍ପଦକୁ ବିନିଯୋଗ କରି ଏହାକୁ ଗଞ୍ଜାମ ପର୍ଯ୍ୟଟନ ମାନ ଚିତ୍ରରେ ସାମିଲ ପାଇଁ ଭିତ୍ତିଭୂମି କୁ ସଜାଡ଼ିବା ପାଇଁ ସ୍ଥାନୀୟ bdo,ତହସିଲଦାର ଓ ସ୍ତପତି ଙ୍କୁ ନିର୍ଦ୍ଧେଶ ଦେବା ସହ ଉପସ୍ଥିତ ରହି ଥିବା  ଧରାକୋଟ ଗ୍ରାମବାସୀଙ୍କୁ  ଏଥି ପାଇଁ ସହଯୋଗ କରିବାକୁ ଆହ୍ବାନ ଦେଇଥିଲେ ।ଏହି ଅବସରରେ ଧରକୋଟ ରେ Nac ର ସମସ୍ତ ଯୋଗ୍ୟ ମାନ୍ୟତା ଥିବା ଯୋଗୁଁ ଏହା ଖୁବ୍ ଶୀଘ୍ର nac ରେ ସାମିଲ ହେବାକୁ ଯାଉଥିବା ସୂଚନା ଦେଇଥିଲେ । bdo ଓ ତହସିଲଦାର ସାତ ଦିନ ସହ ଯୁଦ୍ଧକାଳୀନ ଭିତ୍ତିରେ ରୋଡ ମ୍ୟାପ ପ୍ରସ୍ତୁତ କରି ଏହାର ନକ୍ସା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପଠାଇବା ପାଇଁ କଡ଼ା ନିର୍ଧେଶ ଦେଇଥିଲେ ।ଏହା ସହ ବ୍ଲକ୍ ସ୍ତରରେ ଚାଲିଥିବା ସ୍ମାର୍ଟ କ୍ଲାସ୍ ରେ ନିର୍ମାଣ କାର୍ଯ୍ୟ ତୁରନ୍ତ ସରିବା ପାଇଁ ସହକାରୀ ଯନ୍ତ୍ରୀ ଙ୍କୁ କଡ଼ା ନିର୍ଦ୍ଧେଶ ଦେଇଥିଲେ । ଏହି ଅବସରରେ Bdo,ତହସିଲଦାର, ସ୍ତପତୀ ନାରାୟଣ ତ୍ରୀପାଠୀ, ପୂର୍ବତନ ସରପଂଚ ଦିଲୀପ ସ୍ୱାଇଁ ଙ୍କ ସହ ବିଭାଗୀୟ କର୍ମଚାରୀ ଓ ଗ୍ରାମବାସୀ ଉପସ୍ଥିତ ଥିଲେ । ବିଳମ୍ବରେ ହେଲେ ମଧ୍ୟ ଧରାକୋଟ ର ବିକାଶ ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ଶୁଭ ଦୃଷ୍ଟି ଦେଇ ପ୍ରକ୍ରିୟା ଆରମ୍ଭ କରିଥିବାରୁ ଗ୍ରାମବାସୀ ଙ୍କ ମଧ୍ୟରେ ନୂତନ ଆଶା ର ସଂଚାର ସହ ଖୁସିର ଲହରୀ ଖେଳିଯାଇଛି ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ନ୍ୟୁଜ୍ ପର୍ଯ୍ୟଟନ ଯୋଗାଯୋଗ ରାଜନୀତି ସ୍ପେଶାଲ୍ ରିପୋର୍ଟ