Read Time:1 Minute, 17 Second
ଦିବ୍ୟଙ୍ଗ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ପାଇଁ ସରକାର ଵଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି।ହେଲେ ସେଥିରେ ମଧ୍ୟ ପାତର ଅନ୍ତର ଯୋଗୁଁ ମତଭେଦ ସୃଷ୍ଟି ହେଉଛି।ସେସବୁକୁ ମନରୁ ଦୁରେଇ ଜଣେ ଯୁବକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ଧରାକୋଟ ର ତ୍ରିନାଥ ପଣ୍ଡାଙ୍କ ଝିଅ ସ୍ୱାଗତିକା ଜନ୍ମରୁ ବିକଳାଙ୍ଗ ହୋଇଥିବା ଜାଣିମଧ୍ୟ ପୁରୁଷୋତ୍ତମପୁର ବ୍ଲକ ରାୟପୁର ପଞ୍ଚାୟତ ର ଗୋବିନ୍ଦପୁର ଗ୍ରାମର ମୃତ ସୁକାନ୍ତ ଶତପଥୀଙ୍କ ପୁଅ ସାଗର ତାଙ୍କୁ ବୈଦିକ ରୀତିନୀତି ପ୍ରକାରେ ବିନା ଯୌତୁକ ରେ ବିବାହ କରିଛନ୍ତି।ବରାଯାତ୍ରୀ ମାନେ ବାଣ ରୋଷଣୀ ରେ ଆସି କନ୍ୟାପିତାଙ୍କ ଦ୍ଵାରରେ ପହଂଚିବାପରେ ସେମାନଙ୍କୁ ସ୍ୱାଗତ କରାଯାଇଥିଲା ।ସନ୍ଧ୍ୟାରେ ବାହାଘର ସରିବା ପରେ ନବବିବାହିତ ଙ୍କୁ ବିଦାୟ ଦିଆଯାଇଥିଲା।ଧରାକୋଟ ଅଞ୍ଚଳରେ ଏହି ନିଆରା ବାହାଘରରେ ବନ୍ଧୁ ବାନ୍ଧବ ସହ ଉଭୟ ପକ୍ଷର ଶୁଭ ଚିନ୍ତକ ମାନେ ଯୋଗ ଦେଇଥିଲେ।

