ଧରାକୋଟ ରେ ପବିତ୍ର ଶୀତଳ ଷଷ୍ଠୀ ଯାତ୍ରା ପାଇଁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ଏକ ପ୍ରସ୍ତୁତି ବୈଠକ ପୂର୍ବତନ ସରପଞ୍ଚ ଦିଲ୍ଲୀପ ସ୍ୱାଇଁ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଯାତ୍ରା କୁ ଶୃଙ୍ଖଳିତ ଭାବେ ପାଳନ ପାଇଁ ଆଲୋଚନା କରାଯିବା ସହିତ ଏଥିପାଇଁ ତିନୋଟି କମିଟି ଗଠନ ଯଥା ଯାତ୍ରା କମିଟି, ପୂଜା କମିଟି ଓ ଶୃଙ୍ଖଳା କମିଟି ଗଠନ ହୋଇଥିଲା।ପୂଜା କମିଟି ମୁଖ୍ୟ ଭାବେ ଶ୍ୟାମ ସୁନ୍ଦର ତ୍ରିପାଠୀ, ରବୀନ୍ଦ୍ର ମହାପାତ୍ର ଓ ରାଜେନ୍ଦ୍ର ସ୍ୱାଇଁ ଙ୍କୁ ମନୋନୀତ କରାଯାଇଥିଲା।ଯାତ୍ରାକମିଟ ସଭାପତି ଭାବେ ଦିଲିପ ସ୍ଵାଇଁ,ଉପସଭାପତି ଭାବେ ରବୀନ୍ଦ୍ର ଘୋଷ, ପରିଚାଳ ଭାବେ ସୁନୀଲ ସ୍ଵାଇଁ, ସହ ପରିଚାଳ ଭାବେ ବାପୁନିସ୍ୱାଇଁ ,ସମ୍ପାଦକ ଭାବେ ଟୁନା ଆଚାର୍ଯ୍ୟ, ସହସମ୍ପାଦକ ଭାବେ ଦିଲିପ ପ୍ରଧାନ ଙ୍କୁ ମନୋନୀତ କରା ଯାଇଥିଲା।ଆସନ୍ତା ଜୁନ 4 ତାରିଖରେ ଶିବ ବିବାହ,5 ତାରିଖରେ ନଗର ପରିକ୍ରମା ଏବଂ 6 ତାରିଖରେ ପ୍ରିୟବ୍ରତ ହରିଚନ୍ଦନ ଙ୍କ ନିର୍ଦେଶନାରେ ସମାଜିକ ନାଟକ ରାମ ଦେବେ ଅଗ୍ନିପରିକ୍ଷ୍ୟା ମଂଚସ୍ଥ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।ଧରାକୋଟ ଗଡ଼ ର ଏହି ପାରମ୍ପରିକ ପ୍ରସିଦ୍ଧ ଯାତ୍ରାକୁ ସଫଳ କରିବାପାଇଁ ଗ୍ରାମବାସୀ ମାନେ ସହଯୋଗ କରିବାକୁ ନିଷ୍ପତ୍ତି ନିଆଯାଇଛି।

