ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବ ବିଦ୍ୟାଳୟ ବ୍ରହ୍ମପୁର ସବଜୋନ୍ ଆନୁକୁଲ୍ୟରେ ପରିକ୍ରମା କରୁଥିବା ଆତ୍ମନିର୍ଭର କୃଷକ ସ୍ଵର୍ଣ୍ଣିମ ଭାରତର ଗୌରବ ଶୀର୍ଷକ ଅଭିଯାନ ଆସିକା ସେବା କେନ୍ଦ୍ରରେ ଦୀର୍ଘ ୨୦ ଦିନ ପରିକ୍ରମା କରି ଆସିକା, ଧରାକୋଟ, କବିସୂର୍ଯ୍ୟନଗର, ପାଟପୁର୍, ଶେରଗଡ ଆଦି ବ୍ଲକର ସତାଧିକା ଗ୍ରାମରେ ଶ୍ଵାସତ ଯୌଗିକ କ୍ଷେତୀର ବାର୍ତ୍ତା ପ୍ରଦାନ କରିଅଛି। ଆଜି ଆସିକା ସେବା କେନ୍ଦ୍ରରେ ଏହି ଅଭିଯାନର ଉଦଯାପନ ସମାରୋହରେ ଆସିକା ବିଧାୟକା ଶ୍ରୀମତୀ ମଞ୍ଜୁଳା ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃଷକ ସମାଜର କଲ୍ୟାଣ ତଥା ସାଧାରଣ ସ୍ୱାସ୍ଥ୍ୟ ଓ ପରିବେଶର କଲ୍ୟାଣ ପାଇଁ ଜୈବିକ କୃଷି ମାଧ୍ୟମରେ କୃଷି କ୍ଷେତ୍ରରେ ଉତ୍ପାଦନ ପଦ୍ଧତିର ଆବଶ୍ୟକତାକୁ ଗୁରୁତ୍ଵ ଦେବା ଜରୁରୀ ଅଟେ ବୋଲି ପ୍ରକାଶ କରିଥିଲେ । ଏଥିପାଇଁ ଈଶ୍ବରୀୟ ବିଶ୍ବ ବିଦ୍ୟାଳୟର ଉଦ୍ୟମକୁ ପ୍ରଶଂସା କରିବା ସହିତ ସଫଳତା କାମନା କରିଥିଲେ। ଏହି ଅବସରରେ ଶାନ୍ତି ଶକ୍ତି ଭବନର ସଂଚାଳିକା ରାଜଯୋଗିନୀ ପ୍ରଭାତୀ ଭଉଣୀ ଅଭିଯାନର ଲକ୍ଷ୍ୟ ଉଦ୍ଧେଶ୍ୟ ଓ ଏହାଦ୍ୱାରା ବିଭିନ୍ନ ପଞ୍ଚାୟତରେ କିଭଳି ଲଘୁ ନାଟକ କର୍ମଶାଳା ତଥା ଆଲୋଚନା ଚକ୍ରଦ୍ଵାର କୃଷକ ଭାଇ ଭଉଣୀଙ୍କ ନିକଟରେ ପାରମ୍ପରିକ କୃଷି ପଦ୍ଧତି ଓ ଜୀବାମୃତ ପ୍ରସ୍ତୁତି ଦ୍ଵାରା କୃଷି କ୍ଷେତ୍ରରେ ପରିବର୍ତ୍ତନ ସମ୍ଭବ ହେବ ବିସ୍ତୃତ ଭାବେ ବର୍ଣନା କରିଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଆସିକା ବ୍ଲକ କୃଷି ବୈଷୟିକ ପରିଚାଳନା ସଂସ୍ଥାନ (ATMA) ର ସଭାପତି ରାଜେଶ କୁମାର ପଟ୍ଟନାୟକ କହିଥିଲେ ଜୈବିକ ଉପାୟରେ ଫସଲ ବିନା ମନୁଷ୍ୟ ସଭ୍ୟତା ସମ୍ପୂର୍ଣ୍ଣ ରୁଗ୍ଣ ହେବାସହ ଆଗାମୀ ପୀଢୀଙ୍କ ପାଇଁ ବହୁତ ବଡ଼ ସମସ୍ୟା ଦେଖାଦେବ।ଉକ୍ତ କାର୍ଯ୍ୟକ୍ରମରେ ଆସିକା ସହରରେ ସତାଧିକା ଭାଇ ଭଉଣୀ ଯୋଗ ଦେଇଥିବା ବେଳେ ବ୍ରହ୍ମାକୁମାରୀ ଅଞ୍ଜନା ଭଉଣୀ ରାଜଯୋଗର ଅଭ୍ୟାସ କରାଇଥିଲେ ଏବଂ ବ୍ରହ୍ମାକୁମାରୀ ସୁମିତ୍ରା ଭଉଣୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ବ୍ରହ୍ମାକୁମାରୀ ଜ୍ୟୋତି, ଉଷା,ମଙ୍ଗୁଳୁ, ଯୋଗୀ, ସତ୍ୟପ୍ରିୟ, ବୁଲୁ, ପ୍ରମୁଖ ସହଯୋଗ କରିଥିଲେ।
ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ
Read Time:2 Minute, 43 Second
