ଗଞ୍ଜାମ ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ ଅକ୍ଷୟ ତୃତୀୟା ମହୋତ୍ସବ ଗଞ୍ଜାମ ଜିଲ୍ଲା ହିଂଜିଲି ବ୍ଲକ ସାରୁ ଗ୍ରାମରେ ପାଳିତ ହୋଇଯାଇଛି। ଆଜି ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟା ଅମୃତା କୁଲାଙ୍ଗୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଅମୃତ ବେଳାରେ ଚାଷୀ ନିଜ ସ୍ତ୍ରୀଠାରୁ ହଳଦୀ, ଚନ୍ଦନ, ସିନ୍ଦୂର ବୋଳା ଧାନ ବିହନପୂର୍ଣ୍ଣ ନୂଆ ଗଉଣିକୁ ଶଙ୍ଖ ହୁଳହୁଳି ମଧ୍ୟରେ ମୁଣ୍ଡରେ ଥୋଇ ଏବଂ ଅନ୍ୟ ଏକ ନୂତନ ଟୋକେଇରେ ପିଠା ନେଇ ହଳଲଙ୍ଗଳ ଧରି କ୍ଷେତକୁ ଯାଏ । ସେଠାରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଭୋଗଦେଇ ଉକ୍ତ ନୈବେଦ୍ୟ କିଆରୀର ଈଶାଣ କୋଣରେ ପୋତି ହଳ ବୁଲାଏ ଓ ମୁଠାମୁଠା ବିହନ କିଆରୀରେ ବୁଣେ । ଏହାକୁ ଅକ୍ଷିମୁଠି କହନ୍ତି । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା କୃଷି ଅଧିକାର ,bdo ଶ୍ରୀ ସୁବ୍ରତ ଜେନା, ଜିଲ୍ଲା ପରିଷଦ ଅଧକ୍ଷା, ପୋୖର ପରିଷଦ ଅଧକ୍ଷ ଶ୍ରୀ ସୁବାସ ପଳେଇ ଓ ଶତାଥିକ କୃଷକ ମାନେ ଉପସ୍ଥିତ ଥିଲେ
ଜିଲ୍ଲା ସ୍ତରୀୟ ଅକ୍ଷୟ ତୃତୀୟା ମହୋତ୍ସବ ପାଳିତ
Read Time:1 Minute, 20 Second

