Read Time:59 Second
ଜାତୀୟ ରାଜପଥ ଆସିକା ୫୯ କରେଞ୍ଜେଇ ନିକଟ ପେଟ୍ରୋଲ ଟେଙ୍କ ପାଖରେ ଗତ ଜାନୁଆରୀ ୧୭ ତାରିଖରେ ୨୭ବର୍ଷର ଯୁବକ ତନରଡା ଗ୍ରାମର ନାରାୟଣ ମହାପାତ୍ର ଘଟଣା ସ୍ଥଳରେ ମୃତ ହୋଇଥିଲା । ତାଙ୍କର ମୃତ୍ୟୁ ର କ୍ଷତି ପୂରଣ ବାବଦରେ ରାସ୍ତା କାମ କରୁଥିବା ଏଆର ଏସ ଏସ କମ୍ପାନୀ ତରଫରୁ ୨ଲକ୍ଷର ଟଙ୍କା ର ଅନୁକମ୍ପା ରାଶିକୁ ଆସିକା ଥାନାରେ ପ୍ରୋଜେକ୍ଟ ମ୍ୟାନେଜର ପ୍ରମୋଦ ସିଙ୍ଗ ମୃତ ପରିବାର ବର୍ଗକୁ ପ୍ରଦାନ କରିଥିଲେ ।ମୃତ ଘଟଣାକୁ ନେଇ ଆସିକା ଥାନା କେଶ ନମ୍ବର ୨୭/୨୨ପ୍ରକାରେ ମାମଲା ରୁଜୁ ହୋଇଥିଲା ।ଥାନା ଅଧିକାରୀଙ୍କ ପ୍ରଚେଷ୍ଟାରେ ରାସ୍ତା କାମ କରୁଥିବା ଏଆର ଏସ ଏସ କମ୍ପାନୀ ଏହି ଦୁର୍ଘଟଣା ପାଇଁ ଦୁଇ ଲକ୍ଷ ଅନୁକମ୍ପା ରାଶି ମିଳିପାରିଛି।

