ଧରାକୋଟ–୨୭.୪.୨୨ ଧରାକୋଟ ପଶୁ ସମ୍ପଦ ବିଭାଗ ତରଫରୁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟ ମାନଙ୍କୁ ଯୋଗାଇ ଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ବାଡି ଅଗଣାରେ କୁକୁଡ଼ା ପାଳନ ମାଧ୍ୟମରେ ଚାଷୀ ଙ୍କୁ ଜିବିକା ପ୍ରଦାନ ଯୋଜନା କାର୍ଯ୍ୟକାରୀ କରାଇଛନ୍ତି। ଏହି ଯୋଜନାର ମୂଳ ଲକ୍ଷ୍ୟ ହେଲା ଗ୍ରାମାଞ୍ଚଳର ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟ ଓ ଚାଷୀ ଙ୍କୁ ଘର ଅଗଣାରେ କୁକୁଡ଼ା ପାଳନ ମାଧ୍ୟମରେ ଅତିରିକ୍ତ ଉପାର୍ଜନ ଯୋଗାଇ ଦେବା ଆଜି ଜଗମୋହନ ପଞ୍ଚାୟତର ନନ୍ଦିଘୋର ଗ୍ରାମର ସ୍ବୟଂ ସହାୟକ ଗୋଷ୍ଠୀ ଚନ୍ଦ୍ରକଳପେଶ୍ଵର,ମା ଲକ୍ଷ୍ମୀ,ମା ଗ୍ରାମ ଦେବତୀ,ମା ଘୋଡ଼ା ଦେବୀ ସ୍ବୟଂ ସହାୟକ ଗୋଷ୍ଠୀ କୁ ୨୭.୪.୨୨ଦିନ ଧରାକୋଟ ପ୍ରାଣୀ ଚିକିତ୍ସାଳୟ ପରିସରରେ ବ୍ଲକର ଚିହ୍ନଟ ହୋଇଥିବା ୬୫ ଜଣ ହିତାଧିକାରୀଙ୍କୁ ମାଗଣାରେ ପ୍ରଥମ କିସ୍ତି ରେ ୨୫ ଗୋଟି ମାସିକିଆ ମୂଲ୍ୟ ଖର୍ଚ୍ଚ ଯୁକ୍ତ ବନରାଜ କୁକୁଡ଼ା ଚିଆଁ ସର୍ବମୋଟ ୧୬୨୫ଟି ଯୋଗାଇ ଦିଆଯାଇଛି। ପ୍ରତ୍ୟେକ କୁକୁଡ଼ା ପିଛା ୪୯ ଟଙ୍କା ରାତ୍ରି ଆଶ୍ରୟସ୍ଥଳ ପାଇଁ ୫୦୦ ଟଙ୍କା ଯୋଗାଇବାର ବ୍ୟବସ୍ଥା କରାଯାଇଛି। ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନେ ବ୍ୟକ୍ତିଗତ ଭାବେ ଏହି ଯୋଜନାରେ କୁକୁଡ଼ା ଘର ଓ ଆନୁସାଙ୍ଗିକ ବ୍ୟବସ୍ଥା କରିପାରିବେ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଓ ବ୍ଲକ ସ୍ତରୀୟ ମିଶନ ଶକ୍ତି କାର୍ଯ୍ୟକର୍ତ୍ତା ଙ୍କ ମିଳିତ ସହଯୋଗରେ ଏହା କାର୍ଯ୍ୟକାରୀ କରାଯାଇଛି।ଏହି କାର୍ଯ୍ୟକ୍ରମରେBDOଡେନିସ ବେହେରା, ପ୍ରାଣୀ ଚିକିତ୍ସା ଅଧିକାରୀ ମାନସ ରଞ୍ଜନ ପୋଲାଇ, CDPO ଡାଳିମ୍ବ ନାଇକ, BPC ନିଳାଞ୍ଚଳ ସାହୁ,BPM ପ୍ରତାପ ସ୍ବାଇଁ, ପ୍ରମୁଖ ଉପସ୍ଥିତ ରହିଥିଲେ।
ଧରାକୋଟ କୁକୁଡ଼ା ପାଳନ ମାଧ୍ୟମରେ ସ୍ବୟଂ ସହାୟକ ଗୋଷ୍ଠୀ ଙ୍କୁ ଜିବିକା ପ୍ରଦାନ
Read Time:2 Minute, 10 Second

