ଆସିକା : ଲକ୍ଷ ଓ ନିଷ୍ଠା ସହ ଆଦର୍ଶ ସାଙ୍ଗକୁ ଅବିଚଳିତ ଉଦ୍ୟମ ରହିଲେ ଯାଇ ମଧୁବାବୁଙ୍କ ଭଳି ଆଜିର ଓକିଲ ମାନେ ନିଜକୁ ଶୀର୍ଷରେ ପହଞ୍ଚାଇ ପାରିବେ ବୋଲି ଆସିକା ଓକିଲ ସଂଘ ପକ୍ଷରୁ ଆୟୋଜିତ ଆଇନଜୀବୀ ଦିବସ ପାଳନ ଅବସରରେ ମଞ୍ଚସୀନ ଅତିଥିମାନେ ମତବ୍ୟକ୍ତ କରିଥିଲେ।ମୁଖ୍ୟବକ୍ତା ଭାବେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ର ମାନ୍ୟବର ବିଚାରପତି ଶ୍ରୀଯୁକ୍ତ ସଞ୍ଜୀବ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଜର୍ଜ ଶ୍ରୀଯୁକ୍ତ ଆନନ୍ଦ ଚନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେଇଥିଲେ।ଆସିକା ଓକିଲ ସଂଘ ସଭାପତି ସୁରେନ୍ଦ୍ର ନାଥ ପଣ୍ଡାଙ୍କ ଅଧକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରାରମ୍ଭରେ ମଧୁବାବୁଙ୍କ ପ୍ରତିମୂର୍ତ୍ତି ଉପରେ ମାଲ୍ୟାର୍ପଣ କରଯାଇ ଅତିଥିଙ୍କୁ ସମ୍ବର୍ଦ୍ଧନା ପରେ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ ହୋଇଥିଲା।ଏହି ଅବସରରେ ବରିଷ୍ଠ ଓକିଲଙ୍କ ସମ୍ମାନିତ, ଟେଲିଫୋନ ପୁସ୍ତିକା ଉନ୍ମୋଚନ,ସଂସ୍କୃତିକ କାର୍ଯ୍ୟକ୍ରମ ରେ ପ୍ରସିଦ୍ଧ ଯୋଡିଶଙ୍ଖ ପରିବେଷଣ କରାଯାଇଥିଲା।ସଂଘର ସଂପାଦକ ଛବିଳ ରାମ ମିଶ୍ର,ଉପ ସଭାପତି ପି ଶିବ ଶଙ୍କର ପାତ୍ରଙ୍କ ସମେତ କାର୍ଯ୍ୟକାରୀ କମିଟି ସଦସ୍ୟ ଏବଂ କର୍ମକର୍ତ୍ତା ଓ ସମସ୍ତ ଓକିଲମାନେ ଉପସ୍ଥିତ ଥିଲେ।


