ମା  ଖମ୍ବେଶ୍ୱରୀଙ୍କ ବୈଶାଖୀ ଯାତ୍ରା ଆରମ୍ଭ

ମା ଖମ୍ବେଶ୍ୱରୀଙ୍କ ବୈଶାଖୀ ଯାତ୍ରା ଆରମ୍ଭ

0 0
Read Time:1 Minute, 18 Second

ଆସିକା(୧୬.୪)ସାହିକୁ ସାହି ବୁଲିଲେ ମା ଖମ୍ବେଶ୍ୱରୀ ।ଆରମ୍ଭ ହୋଇଗଲା ମାଙ୍କ ବୈଶାଖୀ ଯାତ୍ରା। ଚୈତ୍ର ପୂର୍ଣ୍ଣମା ଦିନଠୁ ମା ଯାତ୍ରା ଶେଷେ ପର୍ଯ୍ୟନ୍ତ ପ୍ରତେକ ଦିନ ରାତ୍ରରେ ନଗର ପରିକ୍ରମା ରେ ଘଣ୍ଟ ଘଣ୍ଟି,ମୁର୍ଦୁଙ୍ଗ,ଶଙ୍ଖ, କାହାଳୀ ଧ୍ୱନୀ ସହ ବାଣ ,ବଜଣା ଓ ସଂକୀର୍ତ୍ତନରେ ମା ଯାଇ ମଧ୍ୟ ରାତ୍ରରେ ଗମ୍ଭୀରାକୁ ଫେରନ୍ତି।ଆସନ୍ତା ମଇ ୭ ତାରିଖରେ ମାଙ୍କ ବିରାଟ ପଟୁଆର ଯାଇ ରାତ୍ର ତମାମ ନଗର ବୁଲନ୍ତି।ଏହି ଅବସରରେ ଭକ୍ତ ମାନଙ୍କୁ ମା ସିଧା ଦର୍ଶନ ଦେଇ ଭୋଗ ଗ୍ରହଣ କରନ୍ତି।ସକାଳୁ ସକାଳୁ ୮ ତାରିଖ ଦିନ ଏନ. ଏ. ସି .କାର୍ଯ୍ୟାଳୟ ସମ୍ମୁଖରେ ମା ସିଂହ ବାହିନୀ ହୋଇ ଦିନ ତମାମ ଅସ୍ଥାୟୀ ମଣ୍ଡପରେ ରହନ୍ତି।ଉକ୍ତ ଦିନ ସାରା ବିଭିନ୍ନ ସାମାଜିକ ଓ ପୌରାଣିକ ଉପରେ ଆଧାରିତ ନାଟକ ମଞ୍ଚସ୍ଥ ହୋଇଥାଏ। ମଇ ୯ତାରିଖ ସୋମବାର ଦିନ ଯାତ୍ରା ସମାପନ କରି ଦେବି ବିଭିନ୍ନ ରଙ୍ଗର ଅବିର ଭକ୍ତଙ୍କ ସହ ଖେଳିଖେଳି ଗମ୍ଭୀରାକୁ ଫେରନ୍ତି।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Top Stories ନ୍ୟୁଜ୍ ପର୍ଯ୍ୟଟନ ମନୋରଞ୍ଜନ