ସ୍କୁଲ ଛାଡି ବ୍ଲକ ସଭା ଗୃହରେ ପାଠପଢା ପିଲେ

ସ୍କୁଲ ଛାଡି ବ୍ଲକ ସଭା ଗୃହରେ ପାଠପଢା ପିଲେ

0 0
Read Time:3 Minute, 52 Second

ବହି ବସ୍ତାନି ଧରି ସ୍କୁଲ ଯିବା ବଦଳେ ଛାତ୍ରଛାତ୍ରୀ ବ୍ଲକ କାର୍ଯ୍ୟାଳୟକୁ  ଗଲେ। ଜଣେ କି ଦୁଇ ଜଣ ଛାତ୍ର ଛାତ୍ରି ନୁହେଁ ପୁରା ୫୦ରୁ ଉଦ୍ଦ ପିଲା ଜଣେ ପରେ ଜଣେ ଧାଡି ବାନ୍ଧି ପସିଲେ ବ୍ଲକରେ । ଲୋକେ ଦେଖି ଆଶ୍ଚର୍ଯ୍ୟ  ଆଜି କଣ ପାଠ ପଢା ବ୍ଲକରେ ହେବକି ବୋଲି । ଏପଟେ ଏତେ ସ୍କୁଲ ଛାତ୍ର ଛାତ୍ରିଙ୍କୁ ଦେଖି ବି.ଡି.ଓ ଫକୀର ଚରଣ ପରିଡା   ହତବାକ ହୋଇ ପଡ଼ିଥିଲେ।  ପରେ ଯେତେବେଳେ ଜାଣିଲେ ଯେ ପିଲାମାନେ ସ୍କୁଲ ସମସ୍ୟା ବିଷୟରେ ଅଭିଯୋଗ କରିବାକୁ ଆସିଛନ୍ତି । ତାଙ୍କୁ ବ୍ଲକ ସମ୍ମିଳନି କକ୍ଷରେ ବସାଇ ଥଣ୍ଡା ପାନିୟ ଦେଇ ଚର୍ଚା କଲେ । ଏଭଳି ଘଟଣା  ଆସିକା ବ୍ଲକ ପରିସରରେ ଦେଖିବାକୁ ମିଳିଥିଲା।

ଆସିକା ବିଜ୍ଞାପିତ ପରିସରର ୧୬ ନମ୍ବର ୱାଡରେ ରହିଛି ଲଛମନପଲ୍ଲିର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ।ବିଦ୍ୟାଳୟରେ ପଂଚମ ଠାରୁ ଅଷ୍ଠମ ପଯ୍ୟନ୍ତ ରହିଛି । ଏଠାରେ ମୋଟ ୯୦ ଜଣ ଛାତ୍ର ଛାତ୍ରି ପାଠ ପଢନ୍ତି । ବିଦ୍ୟାଳୟର ମୁଖ୍ୟ ସମସ୍ୟା ହେଉଛି ଶ୍ରେଣୀ ଗୃହ।ସେହି ଗୁଡିକ ଦୃବଳ ଥିବାରୁ ୫ ଟି ଶ୍ରେଣୀ ଘର ଭାଙ୍ଗି ନୁତନ ଭାବେ ତିଆରି କରିବାର ବ୍ୟବସ୍ଥା ରହିଛି । ହେଲେ ଗତ ୮ ମାସ ହେବ ଶ୍ରେଣି ଗୃହ ଭଙ୍ଗା ଯାଇଥିବା ବେଳେ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟ କରାଯାଇ ନାହିଁ । ଫଳରେ ଏବେ ୮ ଟି କ୍ଲାସର ପିଲାପାଠ ପଢିବାରେ ବହୁ ଅସୁବିଧା ହେଉଛି । ଏବେ ମାତ୍ର ୩ ଟି ଶ୍ରେଣୀ ଗୃହ ଥିବା ବେଳେ ଗୋଟିଏ ଗୃହରେ ପ୍ରଥମ.ଦୁତୀୟ ଓ ତୃତୀୟ ଶ୍ରେଣିର ଛାତ୍ର ଛାତ୍ରି ଅନ୍ୟ ଗୋଟିଏ ଗୃହରେ ଚତୁର୍ଥ,ପଂଚମ ଓ ଆଉ ଗୋଟିଏ ଗୃହରେ ଷଷ୍ଠ,ସପ୍ତମ ଓ ଅଷ୍ଟମ ଶ୍ରେଣୀର ଛାତ୍ର ଛାତ୍ରୀ ପାଠ ପଢୁଛନ୍ତି । ଯାହା ଫଳରେ ପଢିବା ଅସୁବିଧା ହେବା ସହ ବର୍ଷା ହେଲେ ନାନା ଅସୁବିଧା ହେଉଛି ବୋଲି ପ୍ରାଚୀ ପରିଡା(ଛାତ୍ରୀ)ଓ ଦାଶରଥି ଗୌଡ(ଛାତ୍ର)ପ୍ରକାଶ କରିଥିଲେ।

ସ୍କୁଲର ଏହି ଅସୁବିଧା ବିଷୟରେ ପିଲାମାନେ ଅଭିଯୋଗ କରି କରି ନୟାନ୍ତ । ଏହା ସତ୍ୱେ ମଧ୍ୟ କୌଣସି ସମାଧାନ ହେଲାନି । ଫଳରେ ଆଜି ଷଷ୍ଠ ,ସପ୍ତମ ଓ  ଅଷ୍ଟମ ଛାତ୍ରଛାତ୍ରୀ ମାନେ ଏକତ୍ରିତ ହୋଇ ସ୍କୁଲ ନ ଆସି ଗାଁ ରେ ବୁଲି ବୁଲି ସ୍କୁଲ ପରିଚାଳନା କମିଟିର ସଭ୍ୟ ମାନଙ୍କୁ ଜଣାଇ ଥିଲେ । ହେଲେ ହେକି ନ ଶୁଣିବାରୁ ଶେଷରେ ସମସ୍ତେ  ସ୍କୁଲ ଗୃହ ନିର୍ମାଣ ଓ  ସ୍କୁଲର ସମସ୍ୟା ବିଷୟରେ ଜଣାଇବା ପାଇଁ ବହି ବସ୍ତାନି ଧରି ଆସିକ ବି.ଡି.ଓ ଙ୍କ କାର୍ଯ୍ୟାଳୟରେ ପହଂଚି ଥିଲେ।  ସେମାନେ ଦାବି କରିଥିଲେ ତାଙ୍କ ଶ୍ରେଣୀ ଗୃହ ନିର୍ମାଣ ନ ହେବା ଯାଏଁ ବ୍ଳକ ଅଫିସରେ ବସି ରହିବେ।

ଏହା ପରେ ଆସିକା ବି.ଡି.ଓ ଏନେଇ ଆସିକା ବି.ଇ.ଓ ଙ୍କୁ ଜଣାଇ ଥିଲେ । ଆସିକା ବି.ଇ.ଓ ବ୍ଳକରେ ପହଂଚି ପିଲାଙ୍କୁ ବୁଝାଇବା ପରେ ସେମାନେ ପୁଣି ସ୍କୁଲକୁ ଫେରିଥିଲେ । ଯଦି ସ୍କୁଲ ପିଲା ମାନେ ରାସ୍ତାରେ ଆସିବା ବେଳେ କିଛି ଅଘଟଣ ଘଟନ୍ତ। ସେଥିପାଇଁ କିଏ ଦାୟି ରୁହନ୍ତେ ବୋଲି ସଧାରଣରେ ପ୍ରଶ୍ନ ଉଠିଛି । ଏହା ପରେ ନିଜେ ବି ଇ ଓ ମୃଣାଳି ମହାନ୍ତି ସ୍କୁଲରେ ପହଂଚି ଘଟଣା ବିଷୟରେ ବୁଝିବା ସହ ପିଲାଙ୍କ ସମସ୍ୟା ଖୁବ ଶିଘ୍ର ସମାଧାନ ହେବ ବୋଲି କହିଛନ୍ତି ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ଶିକ୍ଷା ସ୍ପେଶାଲ୍ ରିପୋର୍ଟ