ଆସିକା ଏନ୍.ଏ.ସି ରେ ଭତ୍ତା ଏବଂ ମୁକ୍ତା ଯୋଜନା ଅନୁଷ୍ଠିତ ହୋଇଛି।ସହର ଅଂଚଳରେ ଥିବା ମିଶନ ଶକ୍ତି ଗୃପ୍ ମହିଳା ମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ପାଇ ଏହି ଯୋଜନା ମାଧ୍ୟମରେ ଆଜି ମୋଟ ୩୭ ଟି ଗୃପ୍ କୁ ୩ କୋଟି ୩୧ ଲକ୍ଷ ୫୦ହଜାର ଟଙ୍କା ପ୍ରଦାନ କରାଯାଇଛି । ଏହା ସହ ସହରର ଅନେକ ଯୋଗ୍ୟ ହିତାଧିକାରିଙ୍କୁ ଭତା ପ୍ରଦାନ କରାଯାଇଛି । ଆସିକା ଏନ.ଏ.ସି ଦ୍ବାରା ଅନୁଷ୍ଠିତ ଏହି ମୁକ୍ତା ଯୋଜନାରେ ହରିହର ହାଇସ୍କୁଲ,ବାଳିକା ବିଦ୍ୟାଳୟ ଓ ଏନ୍.ଏ.ସି ହାଇସ୍କୁଲର ଦଶମ ରେ ସ୍କୁଲରେ ଅଧିକ ମାର୍କ ରଖିଥିବା ୪ ଜଣ ଛାତ୍ର ଛାତ୍ରିଙ୍କୁ ସମ୍ମାନିତ କରିବା ସହ ଏନ୍.ଏ.ସି ଅଧ୍ୟକ୍ଷ ନିଜ ତରଫରୁ ସେମାନଙ୍କୁ ଉତ୍ସାହିତ କରିବା ପାଇ ୧୧ ହଜାର ଟଙ୍କା ଲେଖାଏଁ ପ୍ରତ୍ୟେକଙ୍କୁ ପ୍ରଦାନ କରିଥିଲେ ।ଆସିକା ଏନ୍.ଏ.ସି ଅଧକ୍ଷ ବିନେତା ସାଇଁଙ୍କ ଅଧକ୍ଷତାରେ ଅୟୋଜିତ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ କାର୍ଯ୍ୟନିର୍ବାହି ଅଧିକାରି ଲୋକନାଥ ବେଜ ।ଏହି ଅବସରରେ ଆସିକା ସାଂସଦ ପ୍ରମିଳା ବିଷୋୟୀ,ଆସିକା ବିଧାୟିକା ମଞ୍ଜୁଳା ସାଇଁ ,ସାଂସଦ ପ୍ରତିନିଧି ସତ୍ୟନାରାୟଣ ସ୍ୱାଇଁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲା ବେଳେ ଉପାଧ୍ୟକ୍ଷ, କାଉନସିଲର, ବୁଦ୍ଧିଜୀବୀ ଉପସ୍ଥିତ ରହିଥିଲେ।





