ବହି ବସ୍ତାନି ଧରି ସ୍କୁଲ ଯିବା ବଦଳେ ଛାତ୍ରଛାତ୍ରୀ ବ୍ଲକ କାର୍ଯ୍ୟାଳୟକୁ ଗଲେ। ଜଣେ କି ଦୁଇ ଜଣ ଛାତ୍ର ଛାତ୍ରି ନୁହେଁ ପୁରା ୫୦ରୁ ଉଦ୍ଦ ପିଲା ଜଣେ ପରେ ଜଣେ ଧାଡି ବାନ୍ଧି ପସିଲେ ବ୍ଲକରେ । ଲୋକେ ଦେଖି ଆଶ୍ଚର୍ଯ୍ୟ ଆଜି କଣ ପାଠ ପଢା ବ୍ଲକରେ ହେବକି ବୋଲି । ଏପଟେ ଏତେ ସ୍କୁଲ ଛାତ୍ର ଛାତ୍ରିଙ୍କୁ ଦେଖି ବି.ଡି.ଓ ଫକୀର ଚରଣ ପରିଡା ହତବାକ ହୋଇ ପଡ଼ିଥିଲେ। ପରେ ଯେତେବେଳେ ଜାଣିଲେ ଯେ ପିଲାମାନେ ସ୍କୁଲ ସମସ୍ୟା ବିଷୟରେ ଅଭିଯୋଗ କରିବାକୁ ଆସିଛନ୍ତି । ତାଙ୍କୁ ବ୍ଲକ ସମ୍ମିଳନି କକ୍ଷରେ ବସାଇ ଥଣ୍ଡା ପାନିୟ ଦେଇ ଚର୍ଚା କଲେ । ଏଭଳି ଘଟଣା ଆସିକା ବ୍ଲକ ପରିସରରେ ଦେଖିବାକୁ ମିଳିଥିଲା।
ଆସିକା ବିଜ୍ଞାପିତ ପରିସରର ୧୬ ନମ୍ବର ୱାଡରେ ରହିଛି ଲଛମନପଲ୍ଲିର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ।ବିଦ୍ୟାଳୟରେ ପଂଚମ ଠାରୁ ଅଷ୍ଠମ ପଯ୍ୟନ୍ତ ରହିଛି । ଏଠାରେ ମୋଟ ୯୦ ଜଣ ଛାତ୍ର ଛାତ୍ରି ପାଠ ପଢନ୍ତି । ବିଦ୍ୟାଳୟର ମୁଖ୍ୟ ସମସ୍ୟା ହେଉଛି ଶ୍ରେଣୀ ଗୃହ।ସେହି ଗୁଡିକ ଦୃବଳ ଥିବାରୁ ୫ ଟି ଶ୍ରେଣୀ ଘର ଭାଙ୍ଗି ନୁତନ ଭାବେ ତିଆରି କରିବାର ବ୍ୟବସ୍ଥା ରହିଛି । ହେଲେ ଗତ ୮ ମାସ ହେବ ଶ୍ରେଣି ଗୃହ ଭଙ୍ଗା ଯାଇଥିବା ବେଳେ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟ କରାଯାଇ ନାହିଁ । ଫଳରେ ଏବେ ୮ ଟି କ୍ଲାସର ପିଲାପାଠ ପଢିବାରେ ବହୁ ଅସୁବିଧା ହେଉଛି । ଏବେ ମାତ୍ର ୩ ଟି ଶ୍ରେଣୀ ଗୃହ ଥିବା ବେଳେ ଗୋଟିଏ ଗୃହରେ ପ୍ରଥମ.ଦୁତୀୟ ଓ ତୃତୀୟ ଶ୍ରେଣିର ଛାତ୍ର ଛାତ୍ରି ଅନ୍ୟ ଗୋଟିଏ ଗୃହରେ ଚତୁର୍ଥ,ପଂଚମ ଓ ଆଉ ଗୋଟିଏ ଗୃହରେ ଷଷ୍ଠ,ସପ୍ତମ ଓ ଅଷ୍ଟମ ଶ୍ରେଣୀର ଛାତ୍ର ଛାତ୍ରୀ ପାଠ ପଢୁଛନ୍ତି । ଯାହା ଫଳରେ ପଢିବା ଅସୁବିଧା ହେବା ସହ ବର୍ଷା ହେଲେ ନାନା ଅସୁବିଧା ହେଉଛି ବୋଲି ପ୍ରାଚୀ ପରିଡା(ଛାତ୍ରୀ)ଓ ଦାଶରଥି ଗୌଡ(ଛାତ୍ର)ପ୍ରକାଶ କରିଥିଲେ।
ସ୍କୁଲର ଏହି ଅସୁବିଧା ବିଷୟରେ ପିଲାମାନେ ଅଭିଯୋଗ କରି କରି ନୟାନ୍ତ । ଏହା ସତ୍ୱେ ମଧ୍ୟ କୌଣସି ସମାଧାନ ହେଲାନି । ଫଳରେ ଆଜି ଷଷ୍ଠ ,ସପ୍ତମ ଓ ଅଷ୍ଟମ ଛାତ୍ରଛାତ୍ରୀ ମାନେ ଏକତ୍ରିତ ହୋଇ ସ୍କୁଲ ନ ଆସି ଗାଁ ରେ ବୁଲି ବୁଲି ସ୍କୁଲ ପରିଚାଳନା କମିଟିର ସଭ୍ୟ ମାନଙ୍କୁ ଜଣାଇ ଥିଲେ । ହେଲେ ହେକି ନ ଶୁଣିବାରୁ ଶେଷରେ ସମସ୍ତେ ସ୍କୁଲ ଗୃହ ନିର୍ମାଣ ଓ ସ୍କୁଲର ସମସ୍ୟା ବିଷୟରେ ଜଣାଇବା ପାଇଁ ବହି ବସ୍ତାନି ଧରି ଆସିକ ବି.ଡି.ଓ ଙ୍କ କାର୍ଯ୍ୟାଳୟରେ ପହଂଚି ଥିଲେ। ସେମାନେ ଦାବି କରିଥିଲେ ତାଙ୍କ ଶ୍ରେଣୀ ଗୃହ ନିର୍ମାଣ ନ ହେବା ଯାଏଁ ବ୍ଳକ ଅଫିସରେ ବସି ରହିବେ।
ଏହା ପରେ ଆସିକା ବି.ଡି.ଓ ଏନେଇ ଆସିକା ବି.ଇ.ଓ ଙ୍କୁ ଜଣାଇ ଥିଲେ । ଆସିକା ବି.ଇ.ଓ ବ୍ଳକରେ ପହଂଚି ପିଲାଙ୍କୁ ବୁଝାଇବା ପରେ ସେମାନେ ପୁଣି ସ୍କୁଲକୁ ଫେରିଥିଲେ । ଯଦି ସ୍କୁଲ ପିଲା ମାନେ ରାସ୍ତାରେ ଆସିବା ବେଳେ କିଛି ଅଘଟଣ ଘଟନ୍ତ। ସେଥିପାଇଁ କିଏ ଦାୟି ରୁହନ୍ତେ ବୋଲି ସଧାରଣରେ ପ୍ରଶ୍ନ ଉଠିଛି । ଏହା ପରେ ନିଜେ ବି ଇ ଓ ମୃଣାଳି ମହାନ୍ତି ସ୍କୁଲରେ ପହଂଚି ଘଟଣା ବିଷୟରେ ବୁଝିବା ସହ ପିଲାଙ୍କ ସମସ୍ୟା ଖୁବ ଶିଘ୍ର ସମାଧାନ ହେବ ବୋଲି କହିଛନ୍ତି ।





