Read Time:58 Second
କଇଁଚ ଚଲାଣ ବେଳେ ମାଡି ବସିଲା ବନ ବିଭାଗ । ୧୧୯ ଜୀବନ୍ତ କଇଁଚ ଉଦ୍ଧାର ସହ ଜଣକୁ ଗିରଫ କଲା ନବରଙ୍ଗପୁର ଜିଲ୍ଲା ଉମରକୋଟ ବନ ବିଭାଗ । କୌଣସି ସୂତ୍ରରୁ ଖବର ପାଇ ଉମରକୋଟ ବନ ବିଭାଗର ବେହେଡ଼ା ବନପାଳ ହରିହର ବ୍ରହ୍ମାଙ୍କ ସହ ପ୍ରାୟ ଦଶ ଜଣ ବନ କର୍ମଚାରୀ ବେହେଡା ପଂଚାୟତ ଅଧୀନରେ ଥିବା ନୂଆଗୁଡା ଛକ ଠାରେ ଗୋଟିଏ ଟିଭିଇସ ଗାଡିକୁ ଅଟକାଇ ଥିଲେ । ସେହି ବାଇକ୍ ରେ ଏକ ବସ୍ତା ମଧ୍ୟରେ ୧୧୯ ଟି କଇଁଚ ରାଇଘର କୁମୁଲି ଗ୍ରାମର ରାଜେଶ ଦାସ ପଡୋଶି କଳାହାଣ୍ଡିରୁ ନିଜ ଗ୍ରାମକୁ ନେବା ସମୟରେ ବନ ବିଭାଗ ଦ୍ୱାରା ଧରା ପଡ଼ିଥିଲେ । ସମସ୍ତ କଇଁଚ ଓ ବାଇକ୍ କୁ ଜବତ କରି ରାଜେଶ ଦାସଙ୍କୁ ଗିରଫ କରାଯାଇଥିବା ରେଞ୍ଜର ଅନୁପସିଂ ପୂଜାରୀ ପ୍ରକାଶ କରିଛନ୍ତି ।

