ସାକ୍ଷରତା ମାଧ୍ୟମରେ ସେବା କାର୍ଯ୍ୟକ୍ରମ ଉଦଘାଟିତ

ସାକ୍ଷରତା ମାଧ୍ୟମରେ ସେବା କାର୍ଯ୍ୟକ୍ରମ ଉଦଘାଟିତ

0 0
Read Time:3 Minute, 32 Second

ପୁରୀ(ସ୍ୱତନ୍ତ୍ର ଟିଭି) କେବଳ ଅକ୍ଷର ଶିଖିବା ବା ପଢି ପାରିବା ସାକ୍ଷରତା ନୁହେଁ। ସାକ୍ଷର ହେବା ପ୍ରକ୍ରିୟାକୁ ବ୍ୟବହାରିକ କରିବାକୁ ହେବ। ପଢ଼ା ଲେଖା ଜାଣିବା ସହ ଡିଜିଟାଲ, ଅର୍ଥନୈତିକ , ବିପର୍ଯ୍ୟୟ ଏବଂ ନାଗରିକ ଅଧିକାର ସମ୍ପର୍କରେ ସାକ୍ଷରତା ଓ ସଚେତନତାର ଆବଶ୍ୟକତା ରହିଛି। ଏହି ସାକ୍ଷରତା ଓ ସଚେତନତା ହିଁ ଦେଶର ବିକାଶରେ ମହିଳାମାନଙ୍କ ସକ୍ରିୟ ଅଂଶଗ୍ରହଣକୁ ସୁନିଶ୍ଚିତ କରିବ ବୋଲି ପୁରୀ ଜିଲ୍ଲାରେ “ସାକ୍ଷରତା ମାଧ୍ୟମରେ ସେବା” କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ମତବ୍ୟକ୍ତ କରିଛନ୍ତି। ଏହି କାର୍ଯ୍ୟକ୍ରମ ଟାଟା ସସଟେନିବିଲିଟି ଗ୍ରୁପର ସହାୟତାରେ ଅଗ୍ରଣୀ ସାମାଜିକ ସଂଗଠନ ୟୁଥ କାଉନସିଲ ଫର ଡେଭଲପମେଣ୍ଟ ଅଲଟରନେଟିଭସ(YCDA)ପୁରୀ ଜିଲ୍ଲାର ବ୍ରହ୍ମଗିରିରେ ଆରମ୍ଭ କରିଛି। ଟିସିଏସ ଏହି କାର୍ଯ୍ୟକ୍ରମର ନଲେଜ ପାର୍ଟନର ପୁରୀ ଜିଲ୍ଲାର ବ୍ରହ୍ମଗିରିରେ ଆରମ୍ଭ କରିଛି। ଟିସିଏସ ଏହି କାର୍ଯ୍ୟକ୍ରମର ନଲେଜ ପାର୍ଟନର ରହିଛି।

କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇ ୟୁଥ କାଉନସିଲ ଫର ଡେଭଲପମେଣ୍ଟ ଅଲଟରନେଟିଭସ(YCDA)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେନ୍ଦ୍ର ମେହେର କହିଥିଲେ ଯେ ବ୍ରହ୍ମଗିରିରେ ଶତ ପ୍ରତିଶତ ମହିଳା ସାକ୍ଷରତା ଦିଗରେ ଏହି କାର୍ଯ୍ୟକ୍ରମ ସାହାଯ୍ୟ କରିବା ସହ ମହିଳା ସଶକ୍ତିକରଣ ଏବଂ ସେମାନଙ୍କର ସକ୍ରିୟ ଅଂଶଗ୍ରହଣ ଦିଗରେ କାର୍ଯ୍ୟ କରିବ। ପୁରୀ ଜିଲ୍ଲା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର ଏହି କାର୍ଯ୍ୟକ୍ରମରେ ସଠିକ ହିତାଧିକାରୀ ଚୟନ ଉପରେ ଗୁରୁତ୍ୱ ଦେବା ସହ ଜିଲ୍ଲା ପ୍ରଶାସନ ସମସ୍ତ ସହଯୋଗ ଯୋଗାଇ ଦେବ ବୋଲି ମତ ଦେଇଥିଲେ। ଟାଟା ସସଟେନିବିଲିଟି ଗ୍ରୁପର ଇପ୍ସିତା ଦାସ ଏହି କାର୍ଯ୍ୟକ୍ରମ କିପରି ବିଭିନ୍ନ ଡିଜିଟାଲ ମାଧ୍ୟମର ଉପଯୋଗ କରି ବ୍ୟବହାରିକ, ଡିଜିଟାଲ, ଅର୍ଥନୈତିକ, ନାଗରିକ ଅଧିକାର ଓ ବିପର୍ଯ୍ୟୟ ସମ୍ପର୍କିତ ସାକ୍ଷରତା ଓ ସଚେତନତା ସୃଷ୍ଟି କରି ପାରିବ ସେ ସମ୍ପର୍କରେ ସୂଚନା ଦେଇଥିଲେ।
ଏହି ଅବସରରେ ” ସାକ୍ଷରତା ହିଁ ମହିଳା ସଶକ୍ତିକରଣର ଅସ୍ତ୍ର” ଶୀର୍ଷକ ଏକ ଆଲୋଚନାଚକ୍ରର ଆୟୋଜନ କରାଯାଇଥିଲା। ସ୍ତମ୍ଭକାର ଶ୍ରୁତକୀର୍ତ୍ତି ତ୍ରିପାଠୀ ଏହାକୁ ସଂଚାଳନ କରିଥିବା ବେଳେ ଜିଲ୍ଲା ଆଇନ ସେଲର ଜୟଶ୍ରୀ ମହାପାତ୍ର, ମିଶନ ଶକ୍ତିର ଆରତି ସାହୁ osdmaର ସୁକାନ୍ତ ଦାସ, ଓଡିଶା ଜୀବିକା ମିଶନର ବନଜା କାନ୍ତ ମାହାରୀ ପ୍ରମୁଖ ଯୋଗ ଦେଇ ନିଜର ସୁଚିନ୍ତିତ ମତାମତ ରଖିଥିଲେ।
YCDAର ପ୍ରୋଗ୍ରାମ ମ୍ୟାନେଜର ରୂପମ ମହାପାତ୍ର ସ୍ୱାଗତ ଭାଷଣ ସହ ସଭା ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ରହ୍ମଗିରିର ବିଭିନ୍ନ ପଞ୍ଚାୟତରୁ ଶତାଧିକ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ଯୋଗ ଦେଇଥିଲେ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ସ୍ପେଶାଲ୍ ରିପୋର୍ଟ