ଗତ ୨୩ ତାରିଖ ମଙ୍ଗଳବାର ଦିନ କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ପ୍ରତାପପୁର ଗ୍ରାମପଞ୍ଚାୟତ କଲୋନୀ ପଡା ର ଏକ ନାଲରୁ ବିବାହିତ ମହିଳା ସ୍ୱାଗତି ରାଉତ(୩୧) ଙ୍କ ମୃତ ଦେହ ଜୟପାଟଣା ପୋଲିସ ଉଦ୍ଧାର କରିଥିଲା।ତେବେ ସ୍ୱାଗତି ଙ୍କ ଭାଇ ଡମ୍ବରୁଧର ଚଣ୍ଡୀ ନିଜ ଭଉଣୀ ଙ୍କୁ ହତ୍ୟା କରାଯାଇଛି ବୋଲି ଜୟପାଟଣା ଥାନାରେ ଅଭିଯୋଗ କରିଥିଲେ।ଅଭିଯୋଗ କୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରିବା ସହ ସ୍ୱାଗତି ଙ୍କ ସ୍ୱାମୀ ଙ୍କୁ ଅଟକ ରଖି ପଚରାଉଚରା କରିଥିଲା।ତଦନ୍ତ ରେ ଗତ ୨୨ ତାରିଖ ମଙ୍ଗଳବାର ଦିନ ସ୍ୱାଗତି ଓ ତାଙ୍କ ସ୍ୱାମୀ ବିରେନ୍ଦ୍ର ଏକ ନାଳ କୁ ମାଛ ଧରିବା ପାଇଁ ଯାଇଥିବା ବେଳେ ସେଠାରେ ପରକୀଆ ପ୍ରୀତି କୁ ନେଇ ଉଭୟ ଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା।ତେବେ ରାଗରେ ବିରେନ୍ଦ୍ର ସ୍ୱାଗତି ଙ୍କ ବେକରେ ଗାମୁଛା ଗୁଡେଇ ହତ୍ୟା କରି ନାଳ ରେ ପକାଇ ଦେଇ ଆସିଥିଲା ବୋଲି ବିରେନ୍ଦ୍ର ସ୍ୱୀକାର କରିଛି।ଜୟପାଟଣା ପୋଲିସ ଅଭିଯୁକ୍ତ ବିରେନ୍ଦ୍ରକୁ କୋର୍ଟ ଚାଲାଣ କରିଛି।

