ସାହସପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭିତ୍ତିଭୂମିର ବିକାଶ ପାଇଁ ବିଇଓଙ୍କୁ ଏବିଭିପିର ଦାବିପତ୍ର ପ୍ରଦାନ

ସାହସପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭିତ୍ତିଭୂମିର ବିକାଶ ପାଇଁ ବିଇଓଙ୍କୁ ଏବିଭିପିର ଦାବିପତ୍ର ପ୍ରଦାନ

0 0
Read Time:1 Minute, 53 Second

ବିଶ୍ଵର ସର୍ବ ବୃହତ୍ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ସଦାସର୍ବଦା ଶିକ୍ଷା ସ୍ଥିତିରେ ସୁଧାର ଆଣିବା ନିମନ୍ତେ ପ୍ରଚେଷ୍ଟା ଜାରି ରହିଛି। ରାଜ୍ୟ ସରକାର ଶିକ୍ଷାକୁ ୫-ଟି ଅନ୍ତର୍ଭୁକ୍ତ କରିବା ସହ ରାଜ୍ୟ ସାରା ବିଭିନ୍ନ ସ୍କୁଲର ଉନ୍ନତି କରିବା ପାଇଁ ଚେଷ୍ଟା କରୁଛନ୍ତି। କିନ୍ତୁ ବିଡମ୍ବନାର ବିଷୟ ଏହିକି ଯେ ସରକାରଙ୍କ ଏହି ପ୍ରୟାସ କେବଳ ପ୍ରଚାର ପ୍ରସାରରେ ସୀମିତ ରହି ଯାଉଛି। ଆସିକା ବ୍ଲକ ଅନ୍ତର୍ଗତ ଗାଙ୍ଗପୁର ପଞ୍ଚାୟତ ଅନ୍ତର୍ଗତ ସାହାସପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗ୍ରାମର ବହୁ ପୁରାତନ ବିଦ୍ୟାଳୟ ଅଟେ। ଏହାର ରକ୍ଷଣାବେକ୍ଷଣ ପାଇଁ ଶିକ୍ଷା ବିଭାଗ କୌଣସି ଆଖିଦୃଷ୍ଟିଆ ପଦକ୍ଷେପ ଗ୍ରହଣ କରୁନାହିଁ। ବିଦ୍ୟାଳୟର କାନ୍ଥ ସବୁ ନଷ୍ଟ ହେବାକୁ ବସିଲାଣି। ଏହାର ମରାମତି ଜରୁରୀ ହୋଇପଡିଛି, ନଚେତ୍ ଆଗାମୀ ଦିନରେ ଏହାର ସ୍ଥିତି ସଙ୍କଟାପନ୍ନ ହେବାକୁ ବସିଲାଣି। ‘ଆଜିର ଛାତ୍ର ଆଜିର ନାଗରିକ’ କଥାରେ ବିଶ୍ବାସ ରଖୁଥିବା ଅଣରାଜନୈତିକ ଛାତ୍ର ସଂଗଠନ ବିଦ୍ୟାର୍ଥୀ ପରିଷଦ ବା ଏବିଭିପି ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଆଖି ଆଗରେ ରଖି କିପରି କୌଣସିମତେ ଏହି ସମସ୍ୟା ଆଗକୁ ବିପଦ ସୃଷ୍ଟି ନ କରୁ, ସେଥି ନିମନ୍ତେ ଆଜି ଘୁମୁସର ଜିଲ୍ଲା ସଂଯୋଜକ ଅନିଲ କୁମାର ସ୍ବାଇଁ ଙ୍କ ନେତୃତ୍ୱରେ  ଆସିକା ନଗର (ଏବିଭିପି)ଟିମ୍ ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ରେ ଦାବିପତ୍ର ପ୍ରଦାନ କରିଥିଲେ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ସ୍ପେଶାଲ୍ ରିପୋର୍ଟ