ଦୁର୍ଦ୍ଦଶାରେ ସୁବୁଦ୍ଧିପଲ୍ଲୀ ବାଉଁଶ କାରିଗର

ଦୁର୍ଦ୍ଦଶାରେ ସୁବୁଦ୍ଧିପଲ୍ଲୀ ବାଉଁଶ କାରିଗର

0 0
Read Time:2 Minute, 57 Second

ଧରାକୋଟ ବ୍ଲକର ମାଣିକପୁର ପଞ୍ଚାୟତ ଅନ୍ତର୍ଗତ ସୁବୁଦ୍ଧି ପଲ୍ଲୀ ଗ୍ରାମରେ ବାସକରନ୍ତି ୨୪ ଗୋଟି ମେଦିରି ସଂପ୍ରଦାୟର ପରିବାର। ସମ୍ବଳ କହିଲେ ବାଉଁଶରେ ତିଆରି ବିଭିନ୍ନ ପ୍ରକାର ସାମଗ୍ରୀ ବିକ୍ରି କରି ପରିବାର ପ୍ରତି ପୋଷଣ କରିବା । ରାତି ପାହିଲେ ନିକଟସ୍ଥ ସାବା, ପଟାଶାଳ, ଲେଙ୍ଗମା, ଅନ୍ଧାରି ଓ ମଙ୍ଗଳ ପୁର ଗ୍ରାମର ବ୍ୟକ୍ତିଙ୍କ ଠାରୁ କଞ୍ଚା ବାଉଁଶ କିଣି ଆଣି ସେଥିରେ କୁଣ୍ଢି, ଗହଣା, ଚିଡି, ଚାଙ୍ଗୁଡି, ଡାଲିଆ, ଗଦା ଓ ଖଡ଼ି କୁଣ୍ଢି ସୁଗୁରା ତିଆରି କରନ୍ତି । ହିଞ୍ଜିଳି , ବ୍ରହ୍ମପୁର ର ବେପାରୀ ମାନେ ଏ ସବୁ ସାମଗ୍ରୀ କିଣି ନେଉଥିବା ବେଳେ ସ୍ଥାନୀୟ ଲୋକେ ଓ ଠିକାଦାର ମଧ୍ୟ ଆବଶ୍ୟକ ପଡିଲେ କିଛି ସାମଗ୍ରୀ କିଣି ନିଅନ୍ତି । ରାସ୍ତା କଡର ବୃକ୍ଷ ରୋପଣ ପାଇଁ ଜଙ୍ଗଲ ବିଭାଗ ତରଫରୁ ଟେଣ୍ଡର ନେଇଥିବା ଠିକାଦାର ମଧ୍ୟ ଗହଣା କିଣି ନିଅନ୍ତି। ଏସବୁ ସତ୍ତ୍ବେ ମଧ୍ୟ ଅଭାବ ଅନଟନ ମଧ୍ୟରେ ନିଜର ପରିବାର ଚଳାଉଛନ୍ତିଏଠାରେ ବାସ କରୁଥିବା ମେଦିରି ସଂପ୍ରଦାୟର ଲୋକ । କାରଣ ପରିଶ୍ରମ ଅନୁଯାୟୀ ହାତ ଗଢା ସାମଗ୍ରୀର ଉପଯୁକ୍ତ ମୂଲ୍ୟ ମିଳୁନାହିଁ । ପରିବାର ଚଳାଇବା ପାଇଁ ଏହା ଏକ ମାତ୍ର ମାଧ୍ୟମ ହୋଇଥିବାରୁ ଶାଗ ମାଛ ମୂଲରେ ବେପାରୀଙ୍କୁ ଜିନିଷ ବିକନ୍ତି । ଏମାନେ ସମସ୍ତେ ଭୂମିହୀନ ପରିବାର ହୋଇଥିବାରୁ କୌଣସି ବ୍ୟାଙ୍କ ଏମାନଙ୍କୁ ପାତି ଋଣ ଦେବାପାଇଁ ରାଜି ହେଉନାହାଁନ୍ତି ।ବସତି ସ୍ଥାପନ କରିବାର ପ୍ରାୟ ପଚାଶ ବର୍ଷ ହୋଇଥିଲେ ମଧ୍ୟ ସଚେତନତା ଅଭାବରୁ ସରକାରୀ ଯୋଜନାରୁ ଏମାନେ ବହୁ ଦୂରରେ । ସରକାର ମହିଳା ସସସ୍ତି କରଣ ସହ ମିଶନ ଶକ୍ତି ମାଧ୍ୟମରେ ଆର୍ଥିକ ବିକାଶର ନାରା ଦେଉଥିବାବେଳେ ତାହା ଏଠି ବାଟବଣା। ନା ସୁବୁଦ୍ଧି ପଲିରେ ଅଛି ସ୍ଵୟଂ ସହାୟକ ଗୋଷ୍ଠୀ ନା ମିଶନ ଶକ୍ତି ର କାର୍ଯ୍ୟକ୍ରମ । ନିକଟସ୍ଥ ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନୱାଡ଼ି କେନ୍ଦ୍ର ରେ ପିଲାଏ ପାଠ ପଢିବା ପରେ ଉଚ୍ଚଶିକ୍ଷା ପାଇଁ ଅର୍ଥ ପ୍ରତିବନ୍ଧକ ଯୋଗୁଁ ପିଲାଙ୍କ ପାଠରେ ଡୋରି ବନ୍ଧା ହୋଇଯାଇଥିବା ଗ୍ରାମର ଶର୍ମିଷ୍ଠା ଘଡେ଼ଇ,ରଜନୀ ଘଡେ଼ଇ,ମୁନା ନାହକ ଅଭିଯୋଗ ଆଣିଛନ୍ତି। ଗାଁରେ ପିଇବା ପାଣି ସମସ୍ୟା ଉତ୍କଟ। ଏକ ମାତ୍ର ନଳକୂପରୁ ଲୋକେ ପାଣି ସଂଗ୍ରହ ସହ ଗାଧୁଆ ପାଧୁ ଆ କରନ୍ତି । ସୋଲାରର ଏକ ପାଣି ପ୍ରକଳ୍ପ ସ୍ଥାପନ ପାଇଁ ଲୋକେ ଦାବୀ କରିଛନ୍ତି।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ସ୍ପେଶାଲ୍ ରିପୋର୍ଟ