ବିଜୁ ବାବୁଙ୍କ  ୨୬ତମ ତିରୋଧାନ ଦିବସ ପାଳିତ

ବିଜୁ ବାବୁଙ୍କ  ୨୬ତମ ତିରୋଧାନ ଦିବସ ପାଳିତ

0 0
Read Time:1 Minute, 51 Second

ଆସିକା  ବିଧାୟିକା ଶ୍ରୀମତୀ ମଞ୍ଜୁଳା ସ୍ୱାଇଁଙ୍କ ନେତୃତ୍ୱରେ ବିଜୁବାବୁଙ୍କ  ୨୬ତମ ଶ୍ରାଦ୍ଧବାର୍ଷିକି ପାଳନ କରାଯାଇଛି। ଋଷୁକୁଲ୍ୟା ସଙ୍ଗମ ସ୍ଥଳରେ ତିଳତର୍ପଣ ପୁଡୁଗେଶ୍ୱର ଶୈବ ପୀଠ ପ୍ରାଙ୍ଗଣରେ ପ୍ରଭାତ ଫେରି ସହ  ସଫାଇ କାର୍ଯ୍ୟକ୍ରମ କରଯାଇ ଆସିକା ବି.ଜେ.ଡି କାର୍ଯ୍ୟାଳୟ ଠାରେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ  କରାଯାଇ ସ୍ମୃତି ସଭା ଆୟୋଜନ ହୋଇଥିଲା।ସନ୍ଧ୍ୟାରେ ଖମ୍ବେଶ୍ୱରୀଙ୍କ ନିକଟରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ସ୍ମୃତି ଉଦ୍ଦେଶ୍ୟ ରେ ସମୂହ ଦୀପଦାନ ପ୍ରଦାନ ସହ ସଂକଳ୍ପ ଅଭିଯାନ ରେ ସାମିଲ ହେବା ସହିତ ସମୂହ ଶପଥ ପାଠ କରିଥିଲେ।ଏଥିରେ  ବରିଷ୍ଠ ନେତା ନଚିକେତ ସ୍ୱାଇଁ,ଭଗବାନ ସାହୁ,ସତ୍ୟନାରାୟଣ ସ୍ୱାଇଁ,ମନୋଜ ଦୋରା, ରଶ୍ମିତା ସେନାପତି ସମେତ ଆସିକା,କବିସୂର୍ଯ୍ୟନଗର  ନିର୍ବାଚନ ମଣ୍ଡଳୀର ସମସ୍ତ ବରିଷ୍ଠ ବିଜେଡି ନେତୃବୃନ୍ଦ , ଜିଲ୍ଲା ପରିଷଦ ସଭ୍ୟ/ ସଭ୍ୟା ,ସରପଞ୍ଚ ଗଣ, ସମିତି ସଭ୍ୟ/ ସଭ୍ୟା ଗଣ, ଆସିକା ଏନ ଏ ସି ର ସମସ୍ତ ବିଜେଡି ୱାର୍ଡ କାଉଁସିଲର ବୃନ୍ଦ, ବିଜୁ ଜନତା  ଦଳ,ଯୁବ,ଛାତ୍ର,ମହିଳା, କୃଷକ, ଜନତା ଦଳ ର  ସମସ୍ତ ରାଜ୍ୟ, ଜିଲ୍ଲା, ବ୍ଲକ, ଏନ. ଏ.ସି ,ପଞ୍ଚାୟତ ସ୍ତରୀୟ କର୍ମକର୍ତ୍ତା, ଡିଜିଟାଲ ସମ୍ପାଦକ ଗଣ, ଜନପ୍ରତିନିଧି ,ବିଜୁ ପରିବାରର ସମସ୍ତ ସଦସ୍ୟ ଓ ସଦସ୍ୟା ଏବଂ ବିଜୁ ପ୍ରେମୀମାନେ ଯୋଗଦେଇଥିଲେ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Top Stories