ସ୍ଥାନୀୟ ଆସିକା କେନ୍ଦ୍ର ବହୁମୂଖ୍ ସମବାୟ ସମିତିର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ସମିତିର ସମସ୍ତ “କ” ଓ “ଖ” ଶ୍ରେଣୀ ସଭ୍ୟମାନେ ଏହି ବାର୍ଷିକ ସାଧାରଣ ସଭାରେ ଯୋଗଦେଇଥିଲେ।ମୁଖ୍ୟ କାର୍ଯ୍ୟାଳୟ ପରିଷରରେ ଅୟୋଜିତ ବୈଠକରେ ସମିତିର ଅଧକ୍ଷ କାର୍ତ୍ତିକେଶ୍ୱର ପରିଡା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଉପ ସଭାପତି ମାମି ପଣ୍ଡା,ସଭ୍ୟ ସଚ୍ଚିଦାନନ୍ଦ ରାଉତ,ରିଙ୍କି ପୋଲେଇ ,ରବିନ୍ଦ୍ର ସାମଲ,ଅଶ୍ୱିନୀ ବିଷୋୟୀ, ଭଗବାନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।। ସମ୍ପାଦକ ଅଲେଖନାଥ ପ୍ରଧାନ ସମ୍ପାଦକୀୟ ପଠନ ପରେ ଗତ ସାଧାରଣ ଅଶନର ନିର୍ଦ୍ଧାରଣ ଗୁଡିକ ପଠନ ଓ ଦୃଢୀକରଣ , ସମିତିର ୨୦୨୧-୨୨ ଓ ଡା.୦୧.୦୪.୨୦୨୨ ରିଖ ଠାରୁ ତା.୨୮.୦୨.୨୦୨୩ରିଖ ପର୍ଯ୍ୟନ୍ତ ଜମାଖର୍ଚ୍ଚ ପଠନ ଓ ମଞ୍ଜୁରୀ, ସମିତିର ୨୦୨୧-୨୨ ର ବାର୍ଷିକ ବିବରଣୀ ପଠନ ଓ ଅନୁମୋଦନ ,ସମିତିର ୨୦୨୧-୨୦୨୨ ଓ ୨୦୨୨-୨୦୨୩ର ବାର୍ଷିକ ବଜେଟ ଅଟକଳ ଏବଂ ୨୦୨୦-୨୦୨୧ ଓ ୨୦୨୧-୨୦୨୨ର ଅତିରିକ୍ତ ବାର୍ଷିକ ବଜେଟ ଅଟକଳ ପଠନ ଏବଂ ମଞ୍ଜୁର,ସମିତିର ୨୦୧୯-୨୦୨୦ସାଲ୍, ୨୦୨୦-୨୦୨୧ ସାଲ୍ ଓ ୨୦୨୧-୨୦୨୨ ସାଲ୍ ତିନି ବର୍ଷର ସମିକ୍ଷା ରିପୋର୍ଟ ଆଲୋଚନା ଓ ଗ୍ରହଣ,ସମିତିର ୨୦୨୩-୨୦୨୪ ସାଲର ପ୍ରସ୍ତାବିତ ବଜେଟ ଅଟକଳ ଅନୁମୋଦନ ବିଷୟ ଗୁଡିକ ଆଲୋଚନା କରାଯାଇ ନିଷ୍ପତି ଗ୍ରହଣ କରାଯାଇଥିଲା।


