ବାରୁଣୀ ବୁଡ଼ ହଜାର ହଜାର ଲୋକଙ୍କ ପିଣ୍ଡ ଓ ଅସ୍ଥି ବିସର୍ଜନ

0 0
Read Time:1 Minute, 40 Second

କିଏ ଲୋତକ ଭରା ଅଶ୍ରୁ ଢାଳି ଆଉ କୋହ ସମ୍ବରଣ କରିପାରୁନଥିବା ବିଧବା ମହିଳା ପୁଅକୁ ସାଥିରେ ଆଣି ବାରୁଣୀ ବୁଡ଼ରେ ସ୍ୱାମୀଙ୍କ ପୀଣ୍ଡଦାନ କରି ଅସ୍ଥି ବିସର୍ଜନ କରିଥିଲେ ଦୁଃଖିଆରୀ ମହିଳା।ତ ଆଉ କିଏ ମହିଳା ହୋଇଥିଲେ ମଧ୍ୟ ମା କୁ ପିଣ୍ଡଦାନ କଲେ।ଏଭଳି ଦୃଶ୍ୟ ଆସିକା ସହରର ଶେଷ ମୁଣ୍ଡରେ ପ୍ରବାହିତ ଋଷିକୂଲ୍ୟା ଓ ବଡନଦୀର ସଂଗମସ୍ଥଳରେ।

ଆସିକାର ଉଭୟ ପାର୍ଶ୍ୱରେ ପ୍ରବାହିତ ହେଉଛି ଋଷିକୂଲ୍ୟା ଏବଂ ବଡନଦୀ।ଉଭୟ ନଦୀର ଉତ୍ତର ବାଙ୍କରେ ସଙ୍ଗମ ସ୍ଥଳ।ସେଠି ବାରୁଣୀ ବୁଡ଼ ପଡିଲେ କାହିଁ କେତେ ଦୂରରୁ ଲୋକେ ଧାଇଁ ଆସନ୍ତି ବୁଡ଼ ପକାଇବାକୁ।କେବଳ ସ୍ନାନ କଲେ ଅନେକ ପୁଣ୍ୟ ମିଳିଥାଏ ।ତେଣୁ ଏହି ତିଥିରେ ଲକ୍ଷାଧିକ ଲୋକଙ୍କ ସମାଗମ ହୁଏ।ବଜାର ବସେ,ପିଲାରୁ ବୁଢା ଯାଏଁ ଏଠାରେ ରୁଣ୍ଡ ହୁଅନ୍ତି।କିଏ ଭକ୍ତିରେ ଆସନ୍ତି ତ ଆଉ କିଏ ବୁଲା ବୁଲି କରି ମନୋରଞ୍ଜନ ମଧ୍ୟ କରନ୍ତି।

                  ଚୈତ୍ରମାସ କୃଷପକ୍ଷ ତ୍ରୟୋଦଶୀ ତିଥିରେ ବାରୁଣୀ ପଡେ।ବିଶେଷ କରି ଋଷିକୂଲ୍ୟା ଗଙ୍ଗାନଦୀ ଠାରୁ ହଜାରେ ବର୍ଷରେ ବଡ ହୋଇଥିବା ଏବଂ ଏହା ଉତ୍ତର ବାଙ୍କ ହୋଇ ବଡ଼ନଦୀ ସହ ଆସିକା ସହରର ଶେଷ ମୁଣ୍ଡରେ ମିଶିଥିବାରୁ ଏହି ସ୍ଥାନ ଏକ ପବିତ୍ର ସ୍ଥଳ ଅଟେ।ତେଣୁ ଏଠି ଲୋକେ ପିଣ୍ଡଦାନ ଓ ଅସ୍ଥି ବିସର୍ଜନ କରନ୍ତି।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Feature Top Stories ପର୍ଯ୍ୟଟନ ସ୍ପେଶାଲ୍ ରିପୋର୍ଟ