ଆସିକା ଥାନା ପରିସରରେ ଆଠ କାର୍ଯ୍ୟରତ ଅଧିକାରୀ ଓ ପୋଲିସ କର୍ମଚାରୀ ଙ୍କୁ ବଦଳି ଅବସରରେ ଥାନା ପକ୍ଷରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଟିତ ହୋଇଛି। ବୁଧବାର ସନ୍ଧ୍ୟାରେ ଭାର ପ୍ରାପ୍ତ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଙ୍କ ସଂଯୋଜନା ରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ଆସିକା ଏସ ଡି ପି ଓ ଉମା ଶଙ୍କର ସିଂ ବଦଳି ହୋଇଥିବା ଦୁଇ ଏସ ଆଇ,ତିନି ଏ ଏସ ଆଇ ଓ ତିନି କନଷ୍ଟେବଳ ଙ୍କୁ ଉପଢକୌନ ଓ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ। ଭାର ପ୍ରାପ୍ତ ଥାନା ଅଧିକାରୀ ଶ୍ରୀ ସାହୁ ଥାନାରେ କାର୍ଯ୍ୟରତ କର୍ମଚାରୀ ଙ୍କ କର୍ମ ନିପୁଣତା ଓ ସେବା ମନୋଭାବ ଯୋଗୁଁ ଆସିକା ପୋଲିସ୍ ଥାନା କୁ ଦେଶର ଶ୍ରେଷ୍ଠ ଥାନା ଭାବେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ପୁରସ୍କୃତ କରାଯିବା ସହ ରାଜ୍ୟ କ୍ରାଇମ୍ ରେକର୍ଡ଼ ବ୍ୟୁରୋ ପକ୍ଷରୁ ରାଜ୍ୟର ବିଭିନ୍ନ ପୋଲିସ ଷ୍ଟେସନ କାର୍ଯ୍ୟ ଦକ୍ଷତା ଓ ପରିଚାଳନା ରେ ମଧ୍ୟ ଆସିକା ପୋଲିସ୍ ଥାନା ରାଜ୍ୟରେ ପ୍ରଥମ ସ୍ଥାନ ହାସଲ କରିଥିବା ପ୍ରକାଶକରି ଥାନା ରେ କାର୍ଯ୍ୟରତ ଅଧିକାରୀ ଓ ପୋଲିସ କର୍ମଚାରୀ ଙ୍କୁ ମଧ୍ୟ ଉପସ୍ଥିତ ଆମ ପୋଲିସ ସମିତିର ସଭ୍ୟ ଓ ବହୁ ବିଶିଷ୍ଟ ବ୍ୟକ୍ତି ଉପଢକୌନ ଓ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ। ସେହିଭଳି ଥାନା ପରିଚାଳନା ଓ ଖବର ପରିବେଷଣରେ ଗଣ ମାଧ୍ୟମ ର ଗଠନ ମୂଳକ ସହଯୋଗ କୁ ଥାନାଅଧିକାରୀ ଶ୍ରୀ ସାହୁ ପ୍ରଶଂସା କରି ଉପସ୍ଥିତ ତିନି ବରିଷ୍ଠ ସାମ୍ବାଦିକ ଙ୍କୁ ଆସିକା ଏସ ଡି ପି ଓ ଉମା ଶଙ୍କର ସିଂ ଉପଢକୌନ ଓ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ। ପ୍ରାରମ୍ଭରେ ଆସିକା ପୋଲିସ୍ ଥାନା ପରିଚାଳନାରେ ଆସିକା ଏସ ଡି ପି ଓ ଉମା ଶଙ୍କର ସିଂ ଙ୍କ ମାର୍ଗ ଦର୍ଶନ ସହ ଆନ୍ତରିକ ସହଯୋଗ କୁ ସ୍ଵୀକୃତି ଜଣାଇ ଆସିକା ଏସ ଡି ପି ଓ ଙ୍କୁ ଉତ୍ସବରେ ଉପସ୍ଥିତ ଆସିକା,କୋଟିନଡ଼ା, ଧରାକୋଟ,ଶେରଗଡ଼,ହିଞ୍ଜିଳି ଥାନା ଅଧିକାରୀ ମିଳିତ ଭାବେସମ୍ବର୍ଦ୍ଧିତ କରିଥିଲେ।

