ସମବାୟ ବିଭାଗର ବ୍ୟାଙ୍କିଙ୍ଗ ସେବା ଓ କର୍ମଶାଳା

ସମବାୟ ବିଭାଗର ବ୍ୟାଙ୍କିଙ୍ଗ ସେବା ଓ କର୍ମଶାଳା

0 0
Read Time:2 Minute, 19 Second


ସମବାୟ ଭିତ୍ତିକ କୃଷି ବିକାଶ ମୁଖି କାର୍ଯ୍ୟକ୍ରମ ବିଷୟରେ ଚାଷୀ ମାନଙ୍କ ଭିତରେ ସଚେତନତା ସୃଷ୍ଟି ପାଇ ଆଜି ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ ଧରାକୋଟ ଶାଖା ତରଫରୁ ସ୍ଥାନୀୟ ସେବା ସମବାୟ ସମିତି ପରିସରରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ ଏହାକୁ ଉଦ୍ଘାଟନ କରିଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ ମୁଖ୍ୟ ଅତିଥି, ପୂର୍ବତନ ଉପାଧ୍ୟକ୍ଷ ବାଲବନ୍ତ୍ ସିଂହ ଓ ଯୁବନେତା ରବୀନ୍ଦ୍ର ଘୋଷ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ। ଶାଖା ପରିଚାଳକ ସୁଜାତା ତ୍ରିପାଠୀଙ୍କ ପ୍ରତ୍ୟେକ୍ଷ ପରିଚାଳନରେ ଅନୁଷ୍ଠିତ କର୍ମଶାଳାରେ ସୁରେଶ ଚନ୍ଦ୍ର ସାହୁ ସଭାପତିତ୍ବ କରିଥିଲେ। ସମ୍ପାଦକ ପ୍ରକାଶ ବାରିକ ଆଭିମୁଖ୍ୟ ସମ୍ପର୍କରେ ବିବରଣୀ ରଖିଥିଲେ । ନୂତନ ସଭ୍ୟ ସଂଗ୍ରହ କରି ଚାଷୀ, ମାଛ ଚାଷୀ, ଗୋପାଳନ ଚାଷୀଙ୍କୁ କ୍ରେଡିଟ କାର୍ଡ ବଣ୍ଟନ,ବ୍ୟାଙ୍କ କାର୍ଯ୍ୟକ୍ରମ ଓ ଋଣ ପ୍ରଦାନ ନେଇ ସଚେତନତା ,ଋଣ ସୀମା ବୃଦ୍ଧି,ଋଣ ଆଦାୟ,ବିନା ସୁଧରେ କୃଷି ଋଣ ଏକଲକ୍ଷ ପର୍ଯ୍ୟନ୍ତ ବୃଦ୍ଧି ଏବଂ ବ୍ୟାଙ୍କିଙ୍ଗ ସେବା କୁ ପ୍ରତି ସମବାୟ ସମିତି ନିକଟରେ ପହଞ୍ଚାଇବା ନେଇ ଆଲୋଚନା ହୋଇଥିଲା । ଧରାକୋଟ ଶାଖା ଅଧୀନରେ ରହିଥିବା ପନ୍ଦର ଗୋଟି ଶାଖା ରେ ଏପରି କର୍ମଶାଳା ଅନୁଷ୍ଠିତ ହୋଇ ଚାଷୀଙ୍କୁ ସଚେତନ କରାଯିବାର କାର୍ଯ୍ୟକ୍ରମ ରହିଛି। ଆଜିର କାର୍ଯ୍ୟକ୍ରମରେ ଡାଇରେକ୍ଟର ହିନେନ୍ଦ୍ର ନାୟକ, ପୂର୍ଣ୍ଣ ଚନ୍ଦ୍ର ନାୟକ,ଅଶୋକ ଗୌଡ଼,ପ୍ରତିମା ପାଣିଗ୍ରାହୀ,ମୀନକେତନ ସେଠୀ, ରାଜନ ଗୌଡ଼,ଗଣେଶ ଗୌଡ଼ ପ୍ରମୁଖ ଉପସ୍ଥିତ ରହିଥିଲେ। ବିଭାଗ ତରଫରୁ କୈଳାସ ଚନ୍ଦ୍ର ମୁନି,କାଳୀଚରଣ ତ୍ରିପାଠୀ,ଭବାନୀ ଶଙ୍କର ଷଡ଼ଙ୍ଗୀ ଓ ବିଭୀଷଣ ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ସ୍ପେଶାଲ୍ ରିପୋର୍ଟ