ଗଞ୍ଜାମ ଜିଲ୍ଲା ର ଅନ୍ୟତମ ଶକ୍ତିପୀଠ ତଥା ଆସିକା ବିଜେ ମା ଖମ୍ବେଶ୍ବରୀ ଙ୍କ ଚୈତ୍ରପର୍ବ ଆରମ୍ଭ ହୋଇଛି l ପ୍ରଥମ ମଙ୍ଗଳ ବାର ଦିନ ହଜାର ହଜାର ଛୁଆ ଙ୍କ ମୁଣ୍ଡନ ଏହି ପୀଠରେ କରାଯାଇଛିl ଜନ୍ମ ଛୁଆ ର ପ୍ରଥମ ଚୁଟି ଏହି ପୀଠରେ ପକାଇଲେ ପିଲାର ଅଭିଷ୍ଟ ସିଦ୍ଧି ପ୍ରାତ ହୋଇଥାଏ।ତାସାଙ୍ଗକୁ ଦୂରାରୋଗ୍ୟ ଓ ବ୍ୟାଧି ଖଣ୍ଡନ ହେଉଥିବାର ପ୍ରଚଳିତ ପ୍ରଥା ଅନୁସାରେ ପୀଠରେ ପିଲାଙ୍କୁ ମୁଣ୍ଡନ କରାଯାଇଥାଏ l ଏମିତିକି ମାଁଙ୍କୁ ଡାକିଲେ ଓ କରନ୍ତି, ଆପଦ ବିପଦ ସମୟରେ ମାଁ ଙ୍କୁ ସୁମରଣା କଲେ ତାହା ଦୂର ହୋଇଥାଏ ବୋଲି ଭକ୍ତ ମାନଙ୍କ ଅଘାଡ଼ ବିଶ୍ୱାସ ରହିଛି l ତେଣୁତ ମାଁ ଙ୍କ ପୀଠ କୁ ଚ୍ୟାତ୍ର ମାସ ହେଲା କ୍ଷଣି କାହିଁ କେତେ ଦୂରରୁ ମାଁ ଙ୍କ ପୀଠକୁ ଭକ୍ତ ଦଉଡି ଆସିଥାନ୍ତି । ଏହିପରି ଚୈତ୍ର ମାସର ଚାରି ଗୋଟି ମଙ୍ଗଳ ବାର ରେ ଲକ୍ଷ୍ୟ ଲକ୍ଷ୍ୟ ଭକ୍ତ ଙ୍କ ସମାଗମ ହୋଇଥାଏ l
ପ୍ରାତଃ କାଳରୁ ମାଙ୍କ ସ୍ନାନଵିଧି ସମ୍ପର୍ଣ୍ଣ ପରେ ବାଳଭୋଗ, ଆଳତୀ, ଦର୍ଶନ ଆରମ୍ଭ ହୋଇଥିଲା।ମଧ୍ୟାହ୍ନ ଭୋଗ,ପହଡ଼,ସନ୍ଧ୍ୟା ଆଳତୀ, ରାତ୍ରି ଅନ୍ନ ଭୋଗ ପରେ ମାଙ୍କ ନଗର ପରିକ୍ରମା ହୋଇଛି। ପରିଚାଳନ କମିଟି ପକ୍ଷରୁ କମିଟିର ସଭାପତି ସତ୍ୟନାରାୟଣ ସ୍ବାଇଁ, ସଦସ୍ୟ ମନୋଜ ମୁନୀ, ସଚ୍ଚିଦାନନ୍ଦ ଖଟେଇ ,ନରସିଂହ ମୁନୀ, ଯାତ୍ରା କମିଟି ସଭାପତି ନିମେଇ ପାଣିଗ୍ରାହୀ ଓ କମିଟିର ସଦସ୍ୟ ସମେତ ଗ୍ରାମବାସୀ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ, ପୋଲିସି ପ୍ରଶାସନ ପକ୍ଷରୁ ଶାନ୍ତିଶୃଙ୍ଖଳା ସକାଶେ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା।



