ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଖଲିଙ୍ଗୀ ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଏକାଦଶ ବାର୍ଷିକ ମହୋତ୍ସବ ସହ ପୁରସ୍କୃତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଭାପତି ପୂର୍ଣ ଚନ୍ଦ୍ର ସେଠି , ଉଦ୍ଘାଟକ ସାନଖେମୁଣ୍ଡି ଗୋଷ୍ଟି ଶିକ୍ଷା ଅଧିକାରୀ କୁରେଶ ଚନ୍ଦ୍ର ସେଠି , ମୁଖ୍ୟ ଅତିଥି ସାନଖେମୁଣ୍ଡି ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ ଗାୟତ୍ରୀ ଦତ୍ତ ନାୟକ , ମୁଖ୍ୟ ବକ୍ତା ବିଶ୍ୱାସରାୟ ବିଜ୍ଞାନ ମହାବିଦ୍ୟାଳୟ ପାଟପୁର କଲେଜ ର ରସାୟନ ବିଜ୍ଞାନ ଅଧ୍ୟାପକଡ଼ କୈଳାସ ଚନ୍ଦ୍ର ସ୍ୱାଇଁ , ସଂମାନିତ ଅତିଥି ପାରଳାଖେମୁଣ୍ଡି ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ସ୍ୱୟଂ ସଂସିତ ମହାବିଦ୍ୟାଳୟ ର ଗଣିତ ବିଭାଗ ର ସହଯୋଗୀ ଅଧ୍ୟାପକ ,ସାନଖେମୁଣ୍ଡି ବ୍ଲକ ଶିକ୍ଷା ବିଭାଗ ର ଏବିଓ , ବି ଆର ସିସି ସମେତ ଖଲିଙ୍ଗୀ କ୍ଲଷ୍ଟର ସିଆର ସିସି ତୋଫାନ କୁମାର ପାତ୍ର , ଖଲିଙ୍ଗୀ ସରପଞ୍ଚ ଅନର୍ବ ନାୟକ , ସମିତିସଭ୍ୟ। ପ୍ରତିନିଧି ଭଗବାନ ରାଉତ , ପୂର୍ବତନ ସରପଞ୍ଚ ମଧୁଶ୍ମିତା ବିଷୋୟୀ , ନନ୍ଦିଘୋଷ ଟିଭିର ଯୁବ ସାମ୍ବାଦିକ କାଳୁ ଚରଣ ନାହାକ, ଏବଂ ସ୍କୁଲ ପରିଚାଳନା କମିଟି ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଛାତ୍ର ଛାତ୍ରୀ ଏବଂ ଅଭିବାବକ ଉପସ୍ଥିତ ରହିଥିଲେ ।

