ଶିକ୍ଷକ ଅଭାବ ନେ଼ଇ ସ୍କୁଲ ସମ୍ମୁଖରେ ଆନ୍ଦୋଳନ ବେଳେ ବିଡ଼ିଓ ଏବଂ କମିଟି ସଭାପତି କଥା କଟା କଟି ଭିଦିଓ ଭାଇରାଲ, ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ର ଟେକାରୁ ମାଳ ସ୍କୁଲ ରେ । ଆଜି ଶିକ୍ଷକ ଅଭାବକୁ ନେଇ ସ୍କୁଲ କମିଟି କର୍ମକର୍ତା ଗିରିଧାରୀ ମାଝୀ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଆନ୍ଦୋଳନ କରୁଥିବା ବେଳେ ଅଚାନକ କର୍ଲାମୁଣ୍ଡା ବିଡ଼ିଓ ସୁଚରିତା ମୁଗ୍ରୀ କାହିଁକି ବିନା ନୋଟିସ୍ ରେ ସ୍କୁଲ ରେ ତାଲା ପାକାଇ ବନ୍ଦ କରିଛ ବୋଲି ସ୍କୁଲ କମିଟି କର୍ମକର୍ତା କୁ ପ୍ରଶ୍ନ କରି ଥିଲେ ବିଡିଓ ।ସ୍କୁଲ ରେ ଆବଶ୍ୟକ ଶିକ୍ଷକ ନ ଦେଲେ ସ୍କୁଲ ରେ ରସି ଲଗାଇ ଆତ୍ମହତ୍ୟା କରିବି ବୋଲି ଆନ୍ଦୋଳନକାରୀ ସ୍କୁଲ କମିଟି ଅଧକ୍ଷ ମାଝୀ କହିଥିବା ବେଳେ ତାଙ୍କୁ ବି ଆତ୍ମହତ୍ୟା କରି କି ଦେଖାଅ କହିଥିଲେ ବିଡିଓ । ଏହି ଭିଡ଼ିଓ ବର୍ତ୍ତମାନ୍ ସୋସିଆଲ ମିଡିଆରେ ଘୁରି ବୁଲୁଥିବା ବେଳେ ଅଞ୍ଚଳ ରେ ବିଡ଼ିଓଙ୍କ ଏଭଳି ମାନବିକତା ବିହୀନ ଯୁକ୍ତି କୁ ନେଇ ସାଧାରଣ ରେ ଚର୍ଚ୍ଚାର ବିଷୟ ହୋଇଛି । ଏନେଇ ବିଡ଼ିଓଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
ଶିକ୍ଷକ ଅଭାବ ନେ଼ଇ ସ୍କୁଲ ସମ୍ମୁଖରେ ଆନ୍ଦୋଳନ
Read Time:1 Minute, 30 Second

