ଆସିକା ସହରର ଉପକଣ୍ଠରେ ଅବସ୍ଥିତି ସର୍ବ ପୁରାତନ ଶୈବ ମନ୍ଦିର ସୁବର୍ଣ୍ଣନେଶ୍ୱର ଠାରେ ବିଶ୍ୱଶାନ୍ତି ରୁଦ୍ର ମହାଯଜ୍ଞ ଆରମ୍ଭ ହୋଇଛି।ଏଥି ସକାଶେ ଦୀକ୍ଷାଗ୍ରହଣ,ଜଳାଯାତ୍ରା,ଯମୁନା ଆବାହନ,ମଣ୍ଡଳ ବିନ୍ୟାସ ଓ ଅଙ୍କୁରାରୋପଣ ଅୟୋଜନ ହୋଇଥିଲା।ଜଳାଯାତ୍ରା ପାଇଁ ବୁଡ଼ତୋଟା ଋଷିକୂଲ୍ୟା ଓ ବଡନଦୀ ସଙ୍ଗମ ସ୍ଥଳରେ ହୋମ ଓ ଯଜ୍ଞ କରି ପବିତ୍ର ଜଳ ସଂଗ୍ରହ ହୋଇ ଶହସ୍ରାଧିକ ପୁରୁଷ ଓ ମହିଳା ମାନେ କଳସ ଯାତ୍ରାରେ ବାହାରି ସହର ପରିକ୍ରମା କରି ମନ୍ଦିର ଯାଇ କଳସ ସ୍ଥାପନ କାର୍ଯ୍ୟ ଆରମ୍ଭ ହୋଇଥିଲା।
ସୁଦୂର ବଦ୍ରୀନାଥ ଧାମରୁ ଆଗତ ସନ୍ୟାସୀ ଶ୍ରୀରାମ ଚରଣ ଦାସ ମହାରାଜଙ୍କ ତତ୍ୱବାଧାନରେ ବିଶ୍ୱଶାନ୍ତି ରୁଦ୍ର ମହାଯଜ୍ଞ ୨୨ରୁ ଆସନ୍ତା ୧ ତାରିଖ ଯାଏଁ ସପ୍ତଦିବଶୀୟ ପାଞ୍ଚ ମହାଯଜ୍ଞ ଅନୁଷ୍ଠିତ ହେବ।ଏହି ଯଜ୍ଞରେ ବଡ଼ ବଡ଼ ସାଧୁସନ୍ଥ ମାନଙ୍କ ଆଗମନ ୱେବ ସ୍ତ୍ରୋତ୍ରୀୟ ବ୍ରହ୍ମଣ ମାନେ ଯଜ୍ଞ ପରିଚାଳନା କରୁଥିବାରୁ ସାରା ଅଂଚଳରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି।





