କୋରାପୁଟ ଜିଲାର ଦସମନ୍ତପୁର ବ୍ଲକ ପରେ ଏବେ ବୋରିଗୁମ୍ମା ବ୍ଲକରେ ବ୍ୟାପିଛି ଝାଡ଼ାବାନ୍ତି।ବ୍ଲକର ହରଡ଼ାଗୁଡା ପଞ୍ଚାୟତରେ ବ୍ୟାପିଛି ଝାଡାବାନ୍ତି।ସପ୍ତାହକ ମଧ୍ୟରେ ଡମ୍ବତୁରୁଞ୍ଜି ଗାଁର ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିବାବେଳେ ସେହି ଗ୍ରାମରୁ ଅଂକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି।ଡମ୍ବଟୁରୁଞ୍ଜି ଗାଁରୁ ଗତକାଲି ୧୦ଆକ୍ରାନ୍ତ ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି ହୋଇଥିବାବେଳେ ଆଜି ପୁଣି
ସେହି ଗାଁର ଜଣଙ୍କୁ ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଛି, କୁମୁଲି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଏହି ଗ୍ରାମର ୪ ଜଣ ଆକ୍ରାନ୍ତ ଭର୍ତି ହୋଇଛନ୍ତି। ବ୍ଲକର ହରଡ଼ାଗୁଡ଼ାରୁ ଆରମ୍ଭ ହୋଇଥିବା ଝାଡାବାନ୍ତି ଏବେ ସହରାଞ୍ଚଳ ପର୍ଯ୍ୟନ୍ତ ବ୍ୟାପିଲାଣି। ବୋରିଗୁମ୍ମା ପଂଚାୟତର ଦୁଲାଗୁଡାରେ ବି ଝାଡାବାନ୍ତି ଆକ୍ରାନ୍ତ ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି ହେଲେଣି। ଝାଡାବାନ୍ତିକୁ ନିୟନ୍ତ୍ରଣ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗର ଟିମ ୨୦ ଦିନ ହେବ ଗାଁରେ ଅସ୍ଥାୟୀ ଚିକିତ୍ସା ଜାରି ରଖିଛନ୍ତି।ନାକେଦମ ହେଉଛି ସ୍ୱାସ୍ଥ୍ୟ ବିଭାଗ, ଝାଡାବାନ୍ତିର କାରଣ ଦୂଷିତ ବୋଲି ଅଭିଯୋଗ କରିଥିଲେ ବି ପ୍ରଶାସନିକ ସ୍ତରରେ ପାଣିର ଯାଞ୍ଚ କରାଯାଉନାହିଁ। ଦଳେଇପଦର, ଚାନ୍ଦବେଢ଼ା, ଗରୁଡଗଛ, ପଟାରାଗିଣି, ପାଟିଆଶୀଳ ଅଞ୍ଚଳର ଘର ଘରକୁ ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରି ଔଷଧ ବଣ୍ଟନ କରୁଛନ୍ତି ସ୍ୱାସ୍ଥ୍ୟ ବିଭାଗ ଟିମ୍, ଜନସଚେତନ ମଧ୍ୟ କରୁଛି ଡାକ୍ତରୀ ଦଳ।
କୋରାପୁଟ ଜିଲ୍ଲା ଦସମନ୍ତପୁର ବ୍ଲକ ପରେ ବୋରିଗୁମ୍ମା ରେ ଝାଡ଼ାବାନ୍ତି
Read Time:2 Minute, 6 Second

