ବରଗଡ ସଁୟା ଗ୍ରାମରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ର ସୁବ୍ରତ ସାହୁଙ୍କୁ ହତ୍ୟା ହୋଇଥିଲା।ଘରୋଇ କଳହ ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୋଜନା ଅନୁସାରେ ଛାତ୍ରଙ୍କୁ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବା ପାଇଁ ଅଭିଯୁକ୍ତ ମିଲୁ ସାହୁ କେନାଲରେ ଛାତ୍ରଙ୍କ ଶବକୁ ଫିଙ୍ଗି ଦେଇଥିବା ପରିବାର ଲୋକେ ସଂଗୀନ ଅଭିଯୋଗ ନେଇ ଗ୍ରାମବାସୀଙ୍କ ସହ ପରିବାର ଲୋକେ ଛାତ୍ର ଙ୍କ ସବକୁ ରଖି ସଂୟା ଛକ ଜାତୀୟ ରାଜପଥରେ ରାସ୍ତା ରୋକ ଓ ଆନ୍ଦୋଳନ କରିଥିଲେ ପୋଲିସ ଘଟଣା ସ୍ଥଳକୁ ପହଁଚି ଖୁବ ଶୀଘ୍ର ହତ୍ୟା ମାମଲା ରୁଜୁ ସହ ହତ୍ୟାକାରୀଙ୍କୁ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନ ହତିଥିଲା ।ଏହି ଘଟଣା ର୍ ପ୍ରାୟ 1 ମାସ ବିତିଗଲା ପରେ ଆଜି ସଦର ଥାନା ପୋଲିସ ହତ୍ୟାକାରୀ କୁ ଗିରଫ କରିବାରେ ସଫଳ ହୋଇଛି ।ଆଜି ଛାତ୍ର ଙ୍କୁ କିଭଳି ଭାବରେ ହତ୍ୟା କରାଯାଇଥିଲା ତାକୁ ନେଇ ସଦର ଥାନା ପୋଲିସ ପକ୍ଷରୁ ସିନ ରି କ୍ରିଏସନ କରାଯାଇଥିଲା ।ହତ୍ୟା କାରୀ ଗାଁରୁ କିଭଳି ଭାବରେ ଛାତ୍ର କୁ ନେଇ ହତ୍ୟା କରିଥିଲେ ସେହି ଘଟଣା ସ୍ଥଳକୁ ପୋଲିସ ସହ ଯାଇ ସ୍ଥାନ ଦେଖେଇବା ସହ ବେକ ଚିପି ହତ୍ୟା ପରେ କେନାଲ ରେ ଫିଙ୍ଗି ଦେଇଥିବା ସ୍ୱୀକାର କରିଛି ।ଘଟଣା ସ୍ଥଳରୁ ମୃତ ଛାତ୍ର ର୍ ସାର୍ଟ ଓ ପେଣ୍ଟ କୁ ଉଧାର କରି ଅଭିଯୁକ୍ତ ମିଳୁ ସାହୁ କୁ ପୋଲିସ ଗିରଫ କରି ଅଧିକ ତଦନ୍ତ ଚଲାଇଛି । ଜମି ବାଡ଼ି କୁ କେନ୍ଦ୍ର କରି ଏଭଳି କାଣ୍ଡ ଘଟାଇଛି ସମ୍ପର୍କୀୟ ବଡ଼ ଭାଇ ମିଲୁ ସାହୁ ବୋଲି ପୋଲିସ୍ ଆଗରେ କହିଛି ।
ବରଗଡ଼ ସଁୟା ଗାଁ ର୍ ଷଷ୍ଠ ଶ୍ରେଣୀ ଛାତ୍ର ସୁବ୍ରତ ସାହୁଙ୍କୁ ହତ୍ୟାକରି ଗିରଫ
Read Time:1 Minute, 59 Second

