ସରିସୃପ ବନ୍ୟପ୍ରାଣୀ କୁ ଧରି ବିଭିନ୍ନ ସମୟରେ ନିଜର ୟୁଟ୍ୟୁବ ଚେନାଲ ରେ ଭିଡିଓ ପୋଷ୍ଟ କରି ନିଜର ଭିୟରସ ସୃଷ୍ଟି କରି ମଜା ନେଉଥିବା ଯୁବକ କୁ ଆଜି ଗିରଫ କରିଛି ସମ୍ବଲପୁର ସଦର , ଯୁଯୁମୁରା ରେଞ୍ଜ , ସୂଚନା ଅନୁସାରେ ଧମା ଥାନା, କରନଝୁଲା ଗାଁ ର ରାମଚନ୍ଦ୍ର ରଣା ନାମକ ଜଣେ ଯୁବକ ନିଜ ନାଁ ରେ ଏକ ୟୂଟୁଭ ଚେନାଲ ଖୋଲି ସେଥିରେ ନିଜେ ଧରୁଥିବା ବିଭିନ୍ନ ପ୍ରଜାତି ର ସରିସୃପ ବନ୍ୟପ୍ରାଣୀ କୁ ନେଇ ଚେନାଲରେ ପ୍ରସାରଣ କରୁଥିଲା, ଏପରି ଏକ ଅପରାଧ ସୂଚନା ପାଇ ସମ୍ବଲପୁର ଏସିଏଫ ଙ୍କ ନେତୃତ୍ବରେ ଏକ ଟିମ୍ କରନଝୁଲି ଗାଁ କୁ ଯାଇ ରାମଚନ୍ଦ୍ର କୁ ଗିରଫ କରିଥିଲେ, ତାଙ୍କ ଘରୁ ୧ ଟି ଚିତି ସାପ,୨ ଟି ନାଗ ସାପ, ୪ଟି ତେନ୍ତିଳିଆ ନାଗ ସାପ , ୪ ଟି ବହୁରୂପୀ ଏଣ୍ଡୁଅ କୁ ଜବତ୍ କରିଛି ବନବିଭାଗ, ଏସବୁ ସେ ବିଭିନ୍ନ ପ୍ଲାଷ୍ଟିକ ଡବା ରେ ରଖିଥିଲା , ପ୍ରାଥମିକ ତଦନ୍ତରୁ ରାମଚନ୍ଦ୍ର ରଣା ଜଣେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି, ଗୁଣିଗାରେଡି କରି ମନ୍ତ୍ରତନ୍ତ୍ର କରି ଗାଁ ରେ ଚଳୁଥିଲା, ସରିସୃପ କୁ ଧରି ଭିଡିଓ କରି ପୁଣି ଜଙ୍ଗଲ ରେ ଛାଡି ଦେଉଥିବା ରାମଚନ୍ଦ୍ର ରଣା ସ୍ବିକାର କରିଛନ୍ତି , କେବଳ ସରିସୃପ ପ୍ରାଣୀ ଧରି ନିଜର ୟୁଟ୍ୟୁବରେ ମଜା ନେଉଥିବା ତଦନ୍ତ ରୁ ଜଣାପଡିଛି, କୈଣସି ବିକ୍ରି କରିବାର ଜଣାପଡିନାହିଁ , ଆଇନ୍ ଅନୁସାରେ ତାଂକୁ ଗିରଫ କରାଯାଇଥିବା ଏସିଏଫ କହିଛନ୍ତି
ସରିସୃପ ବନ୍ୟପ୍ରାଣୀ ରଖି ୟୁଟ୍ୟୁବରେ ଭିଡ଼ିଓ କରୁଥିବା ଯୁବକ ଗିରଫ, ୭ ସାପ, ୪ ଟି ଵହୁରିପି ଏଣ୍ଡୁଅ ଜବତ
Read Time:1 Minute, 47 Second

