ବନ୍ୟା ବିତ୍ପାତ୍ତର ଶିକାର ହେଉଥିବା ପୁରିଜିଲ୍ଲା ନିମାପଡା ଓ ଗୋପ ବ୍ଲକର ୨୨ଟି ପଂଚାୟତର ୧୩୩ଟି ଗାଁର ୮୦ହଜାର ଲୋକେ ଚଳିତ ଧନୁଆ ଓ କୁଶଭଦ୍ରା ନଦୀର ବନ୍ୟାରେ ପ୍ରଭାବିତ ହୋଇଥିବା ବେଳେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ବନ୍ୟାପ୍ଲାବିତ ଅଂଚଳର ମହିଳା,ଯୁବତୀ ,କିଶୋରୀ, ବୁଢ଼ା ଓ ବୁଢ଼ି। ବନ୍ୟା ସମୟରେ ଶୌଚ ହେବା ଅତି ବିପଦ ହୋଇଛି । ବନ୍ୟାରେ ଘରଦ୍ୱାର , ପାଇଖାନା ଠାରୁ ଆରମ୍ଭକରି ,ରାସ୍ତାଘାଟ ,ବିଲବାଡି ସବୁ ବୁଡି ରହିଛି । ଗାଁଗଣ୍ଡାର ବୁଢା ବୁଢି,ମହିଳା,ଯୁବତୀ,କିଶୋରୀ ଓ ଛୋଟ ଛୋଟ ପିଲା ମାନେ ପାଇଖାନା ଯିବାକୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଜି ଆମେ ଏମିତି ଏକ ଦୃଶ୍ୟ ଦେଖିଲୁ ଯାହା ଆମ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବେ ଲଜ୍ଜିତ କରିଛି । ପୁରିଜିଲ୍ଲା ଗୋପ ବ୍ଲକର ଗଣେଶ୍ୱରପୁର ଶିଶୋ, ଗୋଲା ସାହି , ଦାମୋଦରପୁର ,ସାନ ଡ଼ିହ ଆଦି ଗାଁର ଶତାଧିକ ମହିଳା ,ଝିଅ,ବୋହୁ,ବୁଢ଼ା ବୁଢ଼ୀ ମାନେ ବଢି ପାଣିରେ ବିପଦଜନକ ଅବସ୍ଥାରେ ସକାଳେ ଓ ସଞ୍ଜ ନଇଁଲେ ଡଙ୍ଗାରେ ଯାନ୍ତି ପାଣିରେ ବୁଡି ନଥିବା ସ୍ଥାନରେ ଶୌଚ ହେବାକୁ । ଏଭଳି ଦୃଶ୍ୟ ଆମ ବ୍ୟବସ୍ଥା ସମାଲୋଚିତ ହୋଇଛି । ଲଜ୍ଜ୍ୟା ଲାଗୁଥିଲେବି ଆଉ ଉପାୟବି କିଛିନାହିଁ । ତେବେ ସ୍ୱଚ୍ଛ ଭାରତ,ବାହ୍ୟ ମଳ ମୁକ୍ତ ଗାଁ ଏବେ କି କାର୍ଯ୍ୟକୁ ବୋଲି ଆଲୋଚନା ହୋଇଛି।
ଶୌଚ ପାଇଁ ବିପଦଜନକ ଭାବେ ଡଙ୍ଗାରେ ଯାତ୍ରା କରୁଛନ୍ତି ବନ୍ୟାପ୍ଲାବିତ ଲୋକେ
Read Time:1 Minute, 43 Second

