ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ ଶିକ୍ଷକଙ୍କ ଆକ୍ରମଣ

ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ ଶିକ୍ଷକଙ୍କ ଆକ୍ରମଣ

0 0
Read Time:1 Minute, 12 Second

ଉମରକୋଟ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ ଶିକ୍ଷକଙ୍କ ଆକ୍ରମଣ ନେଇ ଥାନାରେ ଏତଲା । ନିଜ ସହକର୍ମୀ ଶିକ୍ଷକଙ୍କ ଦ୍ବାରା ଆକ୍ରମଣର ଶିକାର ହୋଇଛନ୍ତି ଏବିଇଓ । ଏଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରରେ ।
ଉମରକୋଟ ବ୍ଲକ୍ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ପୁରୁଷୋତ୍ତମ ମାଝୀ ଆଜି ଅପରାହ୍ନରେ ନିଜ ଚାମ୍ବରରେ ବସି ଅଫିସ୍ କାମ କରୁଥିବା ସମୟରେ ଡାବୁଗାଁ ବ୍ଲକ୍ ଅନ୍ତର୍ଗତ ଦାଡିଗୁଡ଼ା ପ୍ରାଥମିକ ବିଦ୍ୟାଳୟର ଆସିଷ୍ଟାଣ୍ଟ୍ ଶିକ୍ଷକ ପ୍ରଦୀପ ମଣ୍ଡଳ ପହଂଚି କୌଣସି ଏକ କାମକୁ ନେଇ ଯୁକ୍ତିତର୍କ କରିବା ସହ ଆକ୍ରମଣ କରିଥିବା ନେଇ ଆଜି ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିବା ଏବିଇଓ ପୁରୁଷୋତ୍ତମ ମାଝୀ ପ୍ରକାଶ କରିଛନ୍ତି । ସେପଟେ ଅଭିଯୋଗ ପାଇବା ପରେ ତଦନ୍ତ କରି କାଯ୍ୟାନୁଷ୍ଠାନ ନିଆଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ଅପରାଧ