ବିପଦପୂର୍ଣ୍ଣ ଅବସ୍ଥାରେ ରାସ୍ତା କଡ଼ରେ ରହିଛି ଶୁଖିଲା ଗଛ

ବିପଦପୂର୍ଣ୍ଣ ଅବସ୍ଥାରେ ରାସ୍ତା କଡ଼ରେ ରହିଛି ଶୁଖିଲା ଗଛ

0 0
Read Time:1 Minute, 51 Second

ଧରାକୋଟ ଠାରୁ ହରିପୁର ଯାଇଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ର ଚଞ୍ଚରା ପଲ୍ଲି ଗ୍ରାମର ଆଗୁଳ ବନ୍ଧ ନିକଟରେ ଏକ ଆମ୍ବ ଗଛ ଶୁଖିଲା ଅବସ୍ଥାରେ ବିପପୂର୍ଣ୍ଣ ସ୍ଥିତିରେ ରହିଛି । ଏହି ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ଏକ ବ୍ୟସ୍ତ ବହୁଳ ରାସ୍ତା। ଏହି ରାସ୍ତା ଦେଇ ମାଛାକୋଟ, ମାଣିକପୁର, ସାବା,ବଳରାମପୁର,ବାହାର ପୁର ଓ ରୁଗୁମ୍ ପଞ୍ଚାୟତର ଲୋକେ ପ୍ରତିଦିନ ସରକାରୀ କାର୍ଯ୍ୟାଳୟ, ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ବଜାର ସଉଦା ପାଇଁ ଧରାକୋଟ,ମୁଣ୍ଡ ମରଇ ଓ ଆସିକା ଯିବା ଆସିବା କରନ୍ତି। ଏଣୁ ଏହା ଏକ ବ୍ୟସ୍ତ ବହୁଳ ରାସ୍ତା ଅଟେ। ଏହି ରାସ୍ତାରେ ଟ୍ରାକ୍ଟର,କାର, ଆମ୍ବୁଲାନ୍ସ,ଅଟୋ ରିକ୍ସା ଓ ମଟର ସାଇକେଲ ପ୍ରତ୍ୟହ ଯାତାୟାତ କରିଥାଏ। ଓଡ଼ିଶା ଆଦର୍ଶ ବିଦ୍ୟାଳୟ,ଘୋଡଦେଇ ଉଚ୍ଚ ବିଦ୍ୟାଳୟ କୁ ପାଠ ପଢିବା ପାଇଁ ଛାତ୍ର, ଛାତ୍ରୀ ମାନେ ଏହି ରାସ୍ତା ଦେଇ ପ୍ରତ୍ୟହ ଅସନ୍ତି । ଦୀର୍ଘଦିନ ହେଲା ରାସ୍ତା କଡ଼ରେ ଗଛଟି ଶୁଖି ବିପପୂର୍ଣ୍ଣ ଅବସ୍ଥାରେ ରହିଥିଲେ ମଧ୍ୟ ଏଥି ପ୍ରତି କାହାର ନଜର ପଡୁନାହିଁ । ଧରାକୋଟ ହରିପୁର ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା କଡ଼ରେ ଏବଂ ଧରାକୋଟ ପଞ୍ଚାୟତର ଚାଞ୍ଚରା ପଲ୍ଲି ଗ୍ରାମ ନିକଟରେ ଏହା ବିପପୂର୍ଣ୍ଣ ଅବସ୍ଥାରେ ରହିଛି। ଏଣୁ କେତେବେଳେ କିଛି ଅଘଟଣ ନଘଟିବ ତାହା କହିହେବ ନାହିଁ। ଏଣୁ ତୁରନ୍ତ ପ୍ରଶାସନ ତରଫରୁ ଏଥି ପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Top Stories ନ୍ୟୁଜ୍