ଅସଦାଚରଣ ଓ ବିବାହ ଧମକ ଦେଇ ଯୁବକ ଗିରଫ

ଅସଦାଚରଣ ଓ ବିବାହ ଧମକ ଦେଇ ଯୁବକ ଗିରଫ

0 0
Read Time:1 Minute, 8 Second

ଯୁବତୀକୁ ଅସାଦାଚରଣ ଓ ବିବାହ ଧମକ ଅଭିଯୋଗରେ  ଯୁବକକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।ଆସିକା ଜୈନକ ଯୁବତୀ ଜଣକ ବ୍ରହ୍ମପୁରରେ ଶିକ୍ଷୟତ୍ରୀ ତାଲିମ ନେଉଥିବା ବେଳେ ସେ ଯିବାଆସିବା କରୁଥିଲେ।ଇତିମଧ୍ୟରେ ଗତ ୧୫ ଦିନ ହେଲେ ଶିକ୍ଷୟତ୍ରୀ ଙ୍କ ପିଛା କରୁଥିଲେ ପକଲାପଲ୍ଲୀ ଗ୍ରାମର  ଜଗନ୍ନାଥ ପରିଡା।ଏପରିକି ପରିଡା ତାଙ୍କୁ ପିଛା କରିବା ସହ ପ୍ରେମ ନିବେଦନ କରୁଥିଲେ ଏବଂ ଶିକ୍ଷୟତ୍ରୀ ଙ୍କ ଘରକୁ ଯାଇ ତାଙ୍କ ସହ ବିବାହ କରିବାକୁ  ବାଧ୍ୟ କରୁଥିଲେ। ନତୁବା ତାଙ୍କୁ ହତ୍ୟା କରିବାକୁ ଧମକ ଦେଉଥିଲେ ବୋଲି ଶିକ୍ଷୟତ୍ରୀ ଜଣକ ଥାନାରେ ଅଭିଯୋଗ କରିଥିଲେ।ଏତାଲାକୁ ଭିତ୍ତିକରି ଥାନା କେଶ ନଂ ୮୬/୨୨ ପ୍ରକାରେ ପୋଲିସ ଏକ ମାମଲା ରୁଜ୍ଜୁ ଆସାମୀ କୁ କୋର୍ଟ ଚାଲାଣ କରିଥିବା ନେଇ ଆସିକା ଥାନା ଅଧିକାରୀ ପ୍ରଶାନ୍ତ ସାହୁ ସୂଚନା ଦେଇଛନ୍ତି।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Top Stories ଅପରାଧ