ପାଚିକା ଓ ସହାୟିକା ସଂଘର ବିକ୍ଷୋଭ ପ୍ରଦର୍ଶନ

ପାଚିକା ଓ ସହାୟିକା ସଂଘର ବିକ୍ଷୋଭ ପ୍ରଦର୍ଶନ

0 0
Read Time:1 Minute, 12 Second

ଆସିକା ବ୍ଲକର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ ନିୟୋଜିତ ପଚିକା ଏବଂ ସହାୟିକା  ସଂଘ ପକ୍ଷରୁ ଆଠ ଦଫା ଦାବିରେ ଆସିକା ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ସିଆଇଟିୟୁ ସମର୍ଥନରେ ପଚିକା ସଙ୍ଘ ଶିକ୍ଷା ମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଦାବିପତ୍ର ବିଇଓ ଭାସ୍କର ଲେଙ୍କାଙ୍କ ଜରିଆରେ ପ୍ରଦାନ କରାଯାଇଥିଲା।ଶ୍ରମିକ ମାନ୍ୟତା ଦେଇ ମାସିକ ୨୬ହଜାର ପ୍ରଦାନ, ଅବସର ବୟସ ୬୨ବର୍ଷ କରିବା,ସ୍କୁଲ ବନ୍ଦ ନାମରେ ଛଟେଇ ବନ୍ଦ କରିବା ଓ ଛଟେଇଙ୍କୁ ପୁନଃନିଯୁକ୍ତି ଦେବା ଭଳି ୮ଦଫା ଦାବି ସମୂହରେ ରହିଛି।ସଙ୍ଘର ସଭାପତି ଲକ୍ଷଣ ପାଢ଼ୀଙ୍କ ନେତୃତ୍ୱରେ  ଟାଉନହଲ ବୈଠକ ପରେ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା।ଏଥିରେ ସଙ୍ଘର ରାଜ୍ୟ ନେତ୍ରୀ ପୁଷ୍ପା ଦାସ,ଜିଲ୍ଲା ନେତ୍ରୀ ଜୟନ୍ତୀ ଵାଳା ମିଶ୍ର ଏବଂ ସ୍ଥାନୀୟ ନେତୃବୃନ୍ଦ ବିକ୍ଷୋଭ ରେ ସାମିଲ ଥିଲେ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Top Stories